ବର୍ତ୍ତମାନ ସମୟରେ ଆମେ ଘରୋଇ ଖାଦ୍ୟ ଅପେକ୍ଷା ଦୋକାନ ତଥା ବାହାର ଖାଦ୍ୟ ପ୍ରତି ବେଶୀ ଆସକ୍ତ ହେଉଛେ । ସେ ଫାଷ୍ଟଫୁଡ କୁହନ୍ତୁ କି କୋଲ୍ଡଡ୍ରିଙ୍କସ କି ଆଇସକ୍ରିମ । ଏ ସବୁ ପାଲଟି ଯାଇଛି ଆମର ପସନ୍ଦିତା ।
ଖାଦ୍ୟ ମଣିଷ ବଞ୍ଚିବା ପାଇଁ ଖାଇଥାଏ ହେଲେ ବର୍ତ୍ତମାନ ମାର୍କେଟ ରେ ଉପଲବ୍ଧ ଖାଦ୍ୟ ଆମ ଜଲଦି ମରିବାର କାରଣ ଅଟେ ।
କଣ ଆପଣ ଜାଣନ୍ତି ଆପଣଙ୍କର ପସନ୍ଦର କୋଲ୍ଡଡ୍ରିଙ୍କ ଓ ଚୁଇଙ୍ଗମ୍ ଖାଇବା ଦ୍ୱାରା ଆପଣ କର୍କଟ ରୋଗରେ ପଡି ପାରନ୍ତି । ଏହା ଆମେ ନୁହେଁ ବରଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁସନ୍ଧାନରୁ ଜଣା ପଡିଛି । ତେବେ ଆସନ୍ତୁ ଜାଣି ନେବା ଏହାର କାରଣ ।
କୋଲ୍ଡଡ୍ରିଙ୍କ ଓ ଚୁଇଙ୍ଗମ ରେ ମିଶା ଯାଇଥାଏ ଆସ୍ପାର୍ଟେମ । ଏହା ହେଉଛି ଏକ ମାତ୍ର ଜିନିଷ ଯାହା ଶରୀରରେ କର୍କଟ ରୋଗ ବୃଦ୍ଧି କରାଇଥାଏ ।
WHO ଅନୁସାରେ ଆସ୍ପାର୍ଟେମ ହେଉଛି ଏକ କର୍କିନୋଜେନ୍ ଅର୍ଥାତ୍ ଏହା ଶରୀରରେ କର୍କଟ ରୋଗ ସୃଷ୍ଟିର ମୂଳ କାରଣ । ଏହା ହେଉଛି ଏକ କୃତ୍ରିମ ମିଠା ଯାହା ଏହି ଭଳି ଖାଦ୍ୟକୁ ଅଧିକ ମିଠାଯୁକ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ । ଆମେ ଆପଣଙ୍କୁ କହି ରଖୁଛୁ ଆସ୍ପାର୍ଟେମ ଗ୍ରାନ୍ୟୁଲେଟ ଚିନି ଅପେକ୍ଷା ୬୦୦ ଗୁଣ ମିଠା ।
ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ କ୍ୟାନ୍ସର ଅନୁସାରେ ଏହି କୃତ୍ରିମ ମିଠା ଖାଇବା ଦ୍ୱାରା ଆପଣ ଆପଣଙ୍କ ଜୀବନକୁ ରୋଗର ନିମନ୍ତ୍ରଣ କରୁଛନ୍ତି । ଜୁଲାଇ ୧୪ରେ ଅଫିସିଆଲ୍ ଭାବେ ଆଇଏଆରସି ଏହାକୁ ଘୋଷଣା କରିବାକୁ ଯାଉଛି । ଏହା ଗତ ବର୍ଷ ଫ୍ରାନ୍ସର ଏକ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷା କରାଯାଇ ଜଣା ଯାଇଛି ଯେ ଏହି କୃତ୍ରିମ ମିଠା କେତେ କ୍ଷତି କାରକ ।