ଏହି ଛୋଟ କାରଣରୁ ସ୍ତ୍ରୀ ର ଅନ୍ତରଙ୍ଗ ଭିଡ଼ିଓ ଭାଇରଲ କରିଦେଲା ସ୍ୱାମୀ, ଏବେ ପୋଲିସ ରେ ଅଭିଯୋଗ କଲେ ସ୍ତ୍ରୀ

ସ୍ୱାମୀଓ ସ୍ତ୍ରୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ l ବିବାହ ପରେ 7 ଜନ୍ମ ପର୍ଯ୍ୟନ୍ତ ପରସ୍ପର ସହ ଜଡିତ ହୋଇ ରହିବେ ବୋଲି ପ୍ରତିଶୃତି ଦେଇଥାନ୍ତି ଉଭୟଙ୍କୁ l ମାତ୍ର ବର୍ତ୍ତମାନ ସମୟରେ ବିବାହ 6 ମାସ ମଧ୍ୟ କାଟିବା କଷ୍ଟକର ହୋଇପଡୁଛି l

ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ରହିଛି ଯାହାକୁ ଦେଖିବା ଦ୍ୱାରା ଆଜିର ଯୁଗପରିବର୍ତ୍ତନ ବିଷୟରେ ସୂଚନା ମିଳିଛି l ଆଜିର ଘଟଣାଟି ହେଉଛି ନବବିବାହିତା ଜଣେ ମହିଳାଙ୍କର ଯିଏ କି କଟକ ବାଙ୍କୁ ତୁଳସୀପୁରରେ ବିବାହ କରିଥିଲେ l ବିବାହ ପୂର୍ବରୁ ଡ଼ାଉରୀ ନେବାପାଇଁ ସଫା ସଫା ମନା କରିଦେଇଥିଲେ ପରିବାରଲୋକେ l କିନ୍ତୁ ଯେତେବେଳେ ବିବାହ ହୋଇସାରିଥିଲା ଚତୁର୍ଥୀ ରାତିଠାରୁ ଆରମ୍ଭ ହୋଇଥିଲା ଅତ୍ୟାଚାର l

ସବୁବେଳେ ଘରେ କିଛିନାକିଛି ଜିନିଷ ଦେଉଥିବା ବେଳେ ଶାଶୂଘର ଲୋକେ ଅନେକ ପ୍ରଶ୍ନ ଉଠାଇଥିଲେ ଏବଂ ପ୍ରତ୍ୟେକ କଥାରେ ବିବାଦ ସୃଷ୍ଟି କରିବାକୁ ଚାଁହୁଥିଲେ l ପ୍ରତ୍ୟକ କଥାରେ ଯୌତୁକ କଥା ଉଠୋଉଥିଲେ l ମହିଳା ଅଭିଯୋଗ କରିଥିବା ସ୍ୱାମୀଙ୍କ ନାମ ହେଉଛି ଅମିତ କୁମାର ରାଉତ ଏବଂ ତାଙ୍କ ପିତାଙ୍କ ନାମ ଭଜକିଶୋର ରାଉତ ଏବଂ ମାତାଙ୍କ ନାମ ଲକ୍ଷ୍ମୀପ୍ରିୟା ରାଉତ l

ଦେଖନ୍ତୁ ଭିଡିଓ :-

କେବଳ ଯୌତୁକ ନିର୍ଯାତନାରୁ ମନ ଭରିଲାନି ଯେ ପତ୍ନୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରୀ ଦୁହିଁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଏବଂ ଭିଡ଼ିଓ ଅପଲୋଡ଼ କରିଦେଲେ l ମହିଳାଙ୍କ ପୂର୍ବ ଘଟଣାରେ ସମ୍ପୃକ୍ତ ହୋଇଥିବା ଘଟଣା ମଧ୍ୟ ଫେସବୁକରେ ଅପଲୋଡ଼ କରିଥିଲେ l ତାହାକୁ ୱାଟ୍ସଅପରେ ସେଆର କରି ଝିଅର ପରିବାର ଲୋକଙ୍କୁ ଧମକ ମଧ୍ୟ ଦେଉଥିଲେ l ଏହି ବିଷୟରେ ପତ୍ନୀ ଜାଣିବା ପରେ ତାଙ୍କୁ ସେହି ଫୋଟୋ ଏବଂ ଭିଡ଼ିଓ ଡିଲିଟ କରିବାକୁ କହିଥିଲେ l ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ମହିଳାଥାନାରେ ଅଭିଯୋଗ କରିଥିଲେ l ମାତ୍ର ପୋଲିସ ର ତଦନ୍ତ କ୍ରମେ ଉଭୟ ସ୍ୱାମୀ ଏବଂ ଶାଶୁ ଶଶୁର ରାତାରାତି ରାଞ୍ଚିରୁ ଫେରାର ହୋଇଯାଇଥିବାର ସୂଚନା ମିଳିଛି l