ଚାଲିଥିଲା ବାହାଘର, ବାହାଘର ମଝିରେ ବେଦିରୁ ଉଠି ହଠାତ୍ ଗଛ ଉପରକୁ ଚଢ଼ିଗଲେ ବର-କନ୍ୟା । ବାହାଘରକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେଥି ମଧ୍ୟରୁ ପ୍ରାୟତଃ ମଜାଳିଆ ହୋଇଥାଏ ।
ବାହାଘରରେ ଅନେକ ରୀତିନୀତି ଏବଂ ପରମ୍ପରା ଥାଏ। ସେହିଭଳି କିଛି ନିଆରା ପରମ୍ପରା ଥାଏ, ବଙ୍ଗାଳି ବାହାଘରରେ ।ସୋସିଆଲ ମିଡିଆରେ ଏକ ବଙ୍ଗାଳି ବାହାଘରର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ବାହାଘର ମଝିରେ ବେଦିରୁ ଉଠି ହଠାତ୍, ପାଖରେ ଥିବା ପିଜୁଳି ଗଛ ଉପରକୁ ଚଢ଼ିଯାଉଛନ୍ତି ବର, ଏବଂ ତାଙ୍କ ପଛେ ପଛେ କନ୍ୟା ବି ଗଛ ଉପରକୁ ଚଢ଼ି ଯାଉଛନ୍ତି ।
ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ତେବେ କେଉଁ କାରଣ ପାଇଁ ବର-କନ୍ୟା ଗଛ ଉପରକୁ ଚଢିଗଲେ ତାହା ଜଣା ପଡ଼ିନି।