ଦେଖନ୍ତୁ ଭିଡ଼ିଓ: ଦେହର ଭୋକ ଆଗରେ ଅନ୍ଧ ହେଲା ବଡ଼ବାପା, ନାବାଳିକା ଝିଆରୀକୁ ଚଳନ୍ତା ବସରେ କଲା ଦୁଷ୍କର୍ମ ଏବଂ…

ଆଜିର ମଣିଷ ନିଜକୁ ସଭ୍ୟ ଏବଂ ଶିକ୍ଷିତ ବୋଲି କହୁଛି । କିନ୍ତୁ, ଦିନକୁ ଦିନ ଏହି ସଭ୍ୟ ସମାଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବଢିବାକୁ ଲାଗିଛି । ଏଭଳି ହିଁ ଏକ ଘଟଣାକ୍ରମରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣା ଖୋଦ୍ ପୀଡିତାଙ୍କ ବଡ଼ବାପା ଭିଆଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି । ସୂଚନା ମୁତାବକ ଝିଅଟି ସକାଳୁ ଟିୟୁସନ୍ ଯାଇଥିବା ବେଳେ ସମ୍ପର୍କୀୟ ବଡବାପା ଦୟାନିଧି ଜେନା ଝିଅକୁ ମାଆର ଦେହାଖରାପ ଥିବା ମିଛ କଥା କହି ବାଇକ୍ ଯୋଗେ ଭଦ୍ରକ ନେଇଯାଇଥିଲେ । ନେଇ ସେଠାରୁ ଦୟାନିଧି ତାଙ୍କୁ ପଶ୍ଚିମବଙ୍ଗ ନେଇଯାଇଥିଲେ ।

ପଶ୍ଚିମବଙ୍ଗ ଯିବା ବାଟରେ ହିଁ ରାକ୍ଷସ ଦୟାନିଧି ଜୋରଜବରଦସ୍ତ ପୀଡିତାଙ୍କୁ ବସ ଭିତରେ ହିଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚଳନ୍ତା ବସରେ ଥରେ ଦୁଇଥର ନୁହେଁ ବରଂ ଚାରି ଚାରି ଥର ତାଙ୍କୁ ନିର୍ଯ୍ୟାତନା ଦିଆଯାଇଛି ।

ଦେଖନ୍ତୁ ଭିଡିଓ :-

କେବଳ ସେତିକି ନୁହେଁ ବରଂ ଏକଥା କାହାକୁ ଯଦି କହିବୁ ତେବେ ତାକୁ ଜୀବନରୁ ମାରିଦେବି ବୋଲି ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ । ସବୁ କାମ ସରିଯିବା ପରେ ଅଭିଯୁକ୍ତ ଝିଅଟିକୁ ପଶ୍ଚିମବଙ୍ଗରୁ ଆଣି ପଡିଶା ଘର ଅଧାରାସ୍ତାରେ ଛାଡି ଚାଲିଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ଦୟାନିଧି ପୂର୍ବରୁ ଦୁଇଟି ବିବାହ କରି ସାରିଛି । ଦୀର୍ଘଦିନରୁ ଝିଆରୀ ଉପରେ ତାର ଖରାପ ନଜର ରଖିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଏଥିନେଇ ପୀଡିତାଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ କରାଯିବା ପରେ ଝିଅର ବୟାନ ମୁତାବକ ଅଭିଯୁକ୍ତ ବଡବାପା (ଦୟାନିଧି ଜେନା) ବିରୋଧରେ ମୋକଦ୍ଦମା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।