୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଯୁବ ଇଞ୍ଜିନିୟର । ଭୁବନେଶ୍ବର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା ପ୍ରେମରେ ଧୋକା ପାଇଁ ମାନସିକସ୍ତରରେ ଭାଙ୍ଗି ପଡିବା ପରେଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଛନ୍ତି। ରୋନିତଙ୍କ ବୟସ ୨୩ । ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି।
ରୋନିତଙ୍କ ବୟସ ୨୩ ବର୍ଷ। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରେମରେ ଧୋକା ପାଇ ମାନସିକ ସ୍ତରରେ ଭାଙ୍ଗି ପଡିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି । ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ । ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ। କୌଣସି କଥାକୁ କେନ୍ଦ୍ର କରି ପ୍ରେମରେ ପୂର୍ଣ୍ଣଛେଦ ପଡିଥିଲା। ଯାହାକୁ ନେଇ ରୋନିତ ହତାଶ ହୋଇପଡିଥିଲେ।
ପୁଲିସ ରୋନିତଙ୍କ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁକରି ତନାଘନା ଆରମ୍ଭ କରିଛି । ପ୍ରେମରେ ପ୍ରତାରଣା ପାଇଁ ରାଜଧାନୀରେ ଜଣେ ଯୁବ ଇଞ୍ଜିନିୟରଙ୍କ ଏଭଳି ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ରୋନିତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରୋନିତ ବ୍ରହ୍ମପୁରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ଉକ୍ତ କଲେଜର ଜଣେ ଜୁନିଅର ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ରୋନିତ ଏକ ଘରୋଇ କଂପାନୀରେ ଚାକିରି ପାଇଥିଲେ ।
ପ୍ରାୟ ବର୍ଷେ ହେଲା ପ୍ରେମ ସଂପର୍କ ଭିତରେ ଯୁବତୀ ଜଣଙ୍କ ରୋନିତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଶେଷରେ ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ । ଯେଉଁଥିପାଇଁ ରୋନିତ ଗତ କିଛିଦିନ ହେଲା ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ପାର୍ବଣରେ ରୋନିତ ଘରକୁ ଆସିଥିଲେ । ୧୨ ତାରିଖରେ ରୋନିତ ମା’ଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପୂଜା ମଣ୍ଡପ ବୁଲାଇଥିଲେ ।
ପରେ ରାତିରେ ସମସ୍ତେ ମିଶି ଏକାଠି ଖାଇଥିଲେ । ବିଳମ୍ବିତ ରାତିରେ ରୋନିତ ମୋବାଇଲରେ ପ୍ରେମିକାଙ୍କ ସହ ଉଚ୍ଚବାଚ୍ଚରେ କଥା ହୋଇଥିଲେ । ଭୋର ୪ଟା ୨୨ରେ ସେ ଆପାର୍ଟମେଣ୍ଟ୍ର ୮ ମହଲାରୁ ତଳକୁ ଡ଼େଇଁ ପଡ଼ିଥିଲେ । ତଳେ ରୋନିତଙ୍କ ମୃତଦେହ ପଡ଼ିଥିବା ଦେଖି ପାଖ ପଡ଼ୋଶୀମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ମୃତ୍ୟୁ ପୂର୍ବରୁ ରୋନିତଙ୍କ ଶେଷ ଚିଠି ମଧ୍ୟ ମିଳିଛି । ଚିଠିରେ ବାପା ମାଆଙ୍କୁ କ୍ଷମା ମାଗିଛନ୍ତି ରୋନିତ୍ । ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।