ପ୍ରଶ୍ନ ପଚାରାଯାଇଥିଲା ମୋବାଇଲର ବ୍ୟବହାର କ’ଣ? ପିଲାଟି ପ୍ରଶ୍ନର ଏମିତି ଉତ୍ତର ଦେଲା, ଶିକ୍ଷକ ଦେଲେ ୧୦ ରୁ ୧୦ ମାର୍କ…

ଆଜିର ସମୟରେ ମୋବାଇଲ ଫୋନ ର ବ୍ୟବହାର ଏକ ସାଧାରଣ କଥା । ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ସ୍କାର୍ଟଫୋନ୍‌ ନିଶ୍ଚୟ ଦେଖିପାରିବେ । ଦିନର ଆରମ୍ଭ ମୋବାଇଲ ରୁ ହୋଇ ଦିନର ଶେଷ ମୋବାଇଲ ଫୋନ ରୁ ହିଁ ହୋଇଥାଏ। ମୋବାଇଲର ଅତ୍ୟଧିକ ବ୍ୟବହାର ଦ୍ଵାରା ପିଲାଠାରୁ ବଡ଼ ପ୍ରାୟ ଲୋକେ ରୋଗଗ୍ରସ୍ତ ମଧ୍ୟ ହେଉଛନ୍ତି । ନିଜ ଜୀବନକୁ ବିପଦରେ ପକାଉଛନ୍ତି ।

ତେବେ ନିକଟରେ ମୋବାଇଲର ବ୍ୟବହାର ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରେ ପିଲାଟି ଲେଖିଥିବା ଭିନ୍ନ ଉତ୍ତର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣକ ଜୀବନରେ ମୋବାଇଲର ଭୂମିକା କ’ଣ ରହିଛି ତାହା ଉପରେ ପିଲାଟି ବର୍ଣ୍ଣନା କରିଛି । ଶିକ୍ଷକ ମଧ୍ୟ ପିଲାଟିକୁ ୧୦/୧୦ ମାର୍କ ଦେଇଛନ୍ତି। ଭାଇରାଲ ହେଉଥିବା ଏହି ଉତ୍ତର ଖାତା ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।