ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର;ଆର୍ଥିକ ଦିଗଟି ମନ୍ଦ ହେତୁ କେମିତି କରିବେ ପ୍ରତିକାର, ଜାଣନ୍ତୁ ଆଜିର ରାଶିଫଳ

ମେଷ :-

କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଜମା ସମୟ ପାଇବେ ନାହିଁ । ଆଜି ଆପଣ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି । ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି । ପାରିବାରିକ ଅସହଯୋଗରୁ ଚାହୁଁଥିବା କାମ ହାସଲ କରିପାରିବେ ନାହିଁ ।

ପ୍ରତିକାର :- କୁନି ଝିଅମାନଙ୍କୁ ମିଠା ଖାଇବାକୁ ଦିଅନ୍ତୁ ।

ବୃଷ :-

କୌଣସି ବନ୍ଧୁଙ୍କ ସାହାଯ୍ୟ ଆଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ପରିବାରରେ କିଛି ଝଗଡ଼ା ପରିସ୍ଥିତି ସୃଷ୍ଟି ହୋଇପାରେ । ମାଲିମକଦ୍ଦମା ତଥା ବିବାଦୀୟ ଘଟଣାରେ ପରିସ୍ଥିତି ଭିନ୍ନରୂପ ନେଇପାରେ । ଅଫିସରେ ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ।

ପ୍ରତିକାର :- ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ମିଥୁନ :-

ଜଣେ ସମ୍ପର୍କୀୟ ସକାଳୁ କିଛି ନୂଆ ଖବର ଦେବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ବହୁତ ଦିନର ସମସ୍ୟାର ସମାଧାନ ହୋଇଯିବ । ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି । ଅସାବଧାନତା କାରଣରୁ ଦ୍ରବ୍ୟହାନିଜନିତ ପରିବାରରେ କଳହର ସମ୍ଭାବନା ରହିଛି ।

ପ୍ରତିକାର :- ଲକ୍ଷ୍ମୀ ମାତାଙ୍କୁ ୧୧ଟି ପଦ୍ମ ଫୁଲ ଅର୍ପଣ କରନ୍ତୁ ।

କର୍କଟ :-

କୌଣସି ନୂଆ ଅନୁଭୂତି ଲାଭ କରି ଭାବବିଭୋର ହୋଇପାରନ୍ତି । କିନ୍ତୁ କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ଦିଗଟି ମନ୍ଦ ନ ହେଲେ ମଧ୍ୟ ଅଧିକ ଆଶା କରି ଅସନ୍ତୁଷ୍ଟ ରହିବେ ।

ପ୍ରତିକାର :- ଘିଅ ଦୀପ ଜାଳି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ସିଂହ :-

ଅନ୍ୟାନ୍ୟ ଦିଗରୁ କିଛି ଅସୁବିଧା ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିବ । କର୍ମକ୍ଷେତ୍ରରେ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ପାଇଁ ଅନୁତାପ କରିବେ । ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ପ୍ରତିକାର :- ଧଳା କପଡ଼ା ଦାନ କରନ୍ତୁ ଏବଂ ଦୁଇଟି ମୋତି ପ୍ରବାହିତ ପାଣିରେ ପ୍ରବାହିତ ହେବାକୁ ଦିଅନ୍ତୁ ।

କନ୍ୟା :-

ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମାନସିକ ସ୍ଥିତିକୁ କଳୁଷିତ କରିବ । କୌଣସିଥିରେ ଭୂମିକା ନ ଥାଇ ମଧ୍ୟ ସବୁ କ୍ଷେତ୍ରରେ ଦୋଷୀ ରୂପେ ପରିଗଣିତ ହୋଇ ପାରନ୍ତି । ଅନ୍ୟମାନଙ୍କ ଭୁଲ୍‌ ଧାରଣା ବୃଦ୍ଧି ହେତୁ ଆପଣ କେତେକ କାମ ପାଇଁ ବାଧକ ସାଜିବେ । ଭାବପ୍ରବଣ ବଶତଃ କିଛି ଗୁମର କଥା ପ୍ରକାଶ କରି ଅପଦସ୍ଥ ହେବେ ।

ପ୍ରତିକାର :- ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ତୁଳା :-

ମନ ଭିତରେ ଯାହା ଦୁଃଖ ଥାଉନା କାହିଁକି ପରିସ୍ଥିତି ବଶତଃ ଉପର ମନରେ ହସି ହସି କହିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ । ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଳମ୍ବ ଘଟିପାରେ । ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ରହିପାରନ୍ତି ।

ପ୍ରତିକାର :- ଘରର ମୁଖ୍ୟ ଦ୍ୱାରରେ ହଳଦୀ, ସିନ୍ଦୂର ମିଶ୍ରିତ ପାଣି ଛିଞ୍ଚନ୍ତୁ ।

ବିଛା :-

ସମସ୍ୟା ଓ ବିବାଦୀୟ ପରିସ୍ଥିତି ମଧ୍ୟରେ ହିଁ ଆପଣଙ୍କ ଲକ୍ଷ୍ୟ ପୂରଣ ହେବ । ଯାହା ଓ ଯେତିକି ଆଶା କରୁଥିଲେ ସେହି ପରିମାଣରେ ପାଇ ପାରିବେ ନାହିଁ । ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ବ୍ୟବସାୟ ଓ ବାଣିଜ୍ୟ, ପରିବହନ ଓ ଶିଳ୍ପ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ ।

ପ୍ରତିକାର :- ଧଳା ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ଧନୁ :-

ପରିବାରରେ ଅଧିକାଂଶ ସମୟ ତର୍କ, ବିବାଦ ଓ ରାଗରୁଷାରେ ଅତିବାହିତ ହେବ । କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କଲେ ଫଳ ଓଲଟା ହୋଇଯାଇପାରେ । ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ଆକସ୍ମିକ ଭାବରେ ସାମାନ୍ୟ ଶାରୀରିକ ଅସୁସ୍ଥତା ମଧ୍ୟ ଅନୁଭବ କରିବେ ।

ପ୍ରତିକାର :- ଓସ୍ତ୍ର ଗଛ ତଳେ ୫ଟି ଘିଅ ଦୀପ ଲଗାନ୍ତୁ ।

ମକର :-

ଏତେ ସହଜରେ କାମ ହାସଲ ହେବାର ଆଶା ନ ଥାଇ ମଧ୍ୟ ଲକ୍ଷ୍ୟ ପ୍ରାପ୍ତି ହେତୁ ବିସ୍ମୟାଭିଭୂତ ହୋଇପାରନ୍ତି । ସମ୍ପର୍କୀୟଙ୍କ ଦ୍ୱାରା ଅଟକି ରହିଥିବା ନିର୍ମାଣାଧୀନ କାମରେ ଅଗ୍ରଗତି ଘଟିବ । ପ୍ରଶାସନିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ । ଟଙ୍କା ବାକି ରଖିଥିବା କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି ।

ପ୍ରତିକାର :- ଭୋକିଲା ଲୋକଙ୍କୁ ଖାଇବାକୁ ଦିଅ ଏବଂ ଶୁକ୍ର ମନ୍ତ୍ର ଜପ କର ।

କୁମ୍ଭ :-

ଆଜି ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଶତ୍ରୁତା ଆଚରଣ କରୁଥିବା ବନ୍ଧୁଟି ପ୍ରତି ଦୂରେଇ ରହି ଚଳିବା ଭଲ ହେବ । ଶେଷ କରିବାକୁ ଭାବୁଥିବା କାମଟି ସୁବିଧାରେ କରିପାରିବେ ନାହିଁ, ଏଥି ସକାଶେ ବହୁତ ହଇରାଣ ହେବାକୁ ପଡ଼ିପାରେ ।

ପ୍ରତିକାର :- ଧଳା ଚନ୍ଦନ ତିଲକ ଲଗାନ୍ତୁ ।

ମୀନ :-

ଆଜି ଦିନଟିରେ ସରଗରମ ଆଲୋଚନା କରି ନିଜ ନିଜ ସ୍ତରରେ ସମାଲୋଚିତ ହେବେ । କୌଣସି ସ୍ଥାନକୁ ଗସ୍ତ କାଳରେ ବହୁଦିନ ବ୍ୟବଧାନରେ ନିଜର ଲୋକମାନଙ୍କୁ ଦେଖି ଖୁସି ହୋଇପାରନ୍ତି । ଅନ୍ୟର ବିରୋଧରେ ଶୁଣାକଥାକୁ ବିଶ୍ୱାସକରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ସାମୟିକ ଚିନ୍ତାପ୍ରକଟ କରିପାରନ୍ତି ।

ପ୍ରତିକାର :- ଧଳା ପୋଷାକ ଦାନ କରନ୍ତୁ ।