ସରକାରଙ୍କ ନୂଆ ଯୋଜନା, ଜନ୍ମରୁ ୧୦ ବର୍ଷ ଯାଏଁ ମିଳିବ ୨୫୦୦ ଟଙ୍କା, ଏମିତି କରନ୍ତୁ ଆବେଦନ

ଜନ୍ମରୁ ୧୦ ବର୍ଷ ପର୍ଯ୍ୟନ୍ତ ମିଳିବ ୨୫୦୦ ଟଙ୍କା । ପ୍ରତି ମାସକୁ ମାସ ଆସିବ ଆକାଉଣ୍ଟକୁ ଟଙ୍କା । ପିଲାମାନଙ୍କ ପାଇଁ ସରକାର ଆଣିଲେ ଏଭଳି ଏକ ଯୋଜନା । ଜଲଦି ଆବେଦନ କରନ୍ତୁ । ଏପ୍ରିଲ୍ ୩୦ ଯାଏଁ ରହିଛି ଶେଷ ତାରିଖ । କେନ୍ଦ୍ର ସରକାରଙ୍କ ବାଳ ବିକାଶ ସେବା ଯୋଜନା ମାଧ୍ୟମରେ ଶିଶୁ ଓ ସେମାନଙ୍କ ମାଆକୁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆ ଯାଉଛି ।

ଏହି ଯୋଜନାର ସୁଫଳ ଯେମିତି ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ ତାହାକୁ ଧ୍ୟାନରେ ରଖିଛନ୍ତି ସରକାର । ଏଥିପାଇଁ ବିଶେଷ ଭାବରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ସହାୟିକା ନିଯୁକ୍ତି କରା ଯାଇଛି । ଆଜିର ଛାତ୍ରଛାତ୍ରୀ କାଲି ଦେଶର ଭବିଷ୍ୟତ । ଆଉ ଏ ଦେଶର ଭବିଷ୍ୟତ ମାନଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି ।

ଗରିବ ଶ୍ରେଣୀ ପରିବାରର ପିଲାମାନେ ବେଳେ ବେଳେ ଓଳିଏ ଖାଇବାକୁ ପାଇବା ମୁସ୍କିଲ୍ ହୋଇ ପଡ଼ୁଛି । ଏଭଳି ସ୍ଥିତିରେ ସରକାରଙ୍କର ଏଭଳି ଯୋଜନା ସେମାନଙ୍କୁ ଲାଭ ଦେଇ ପାରେ । ଏହି ଯୋଜନା ଗର୍ଭବତୀ, ସ୍ତନପାନ କରାଉଥିବା ମହିଳା ବା ପ୍ରସୂତୀଙ୍କ ପାଇଁ ଉଦ୍ଦିଷ୍ଟ । ମୂଳତଃ ଏହି ଯୋଜନାରେ ଏକ ମାସରୁ ଦଶ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଅନେକ ସୁବିଧା ଯୋଗାଇ ଦିଆ ଯାଉଛି । ଏଥିପାଇଁ ସରକାର ଆଇ.ସି.ଡି.ଏସ୍. ନାମକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପିଲା ମାନଙ୍କ ପାଇଁ ପ୍ରତି ମାସରେ ବ୍ୟାଙ୍କ ଖାତାରେ ୨୫୦୦ ଟଙ୍କା ଜମା କରୁଛନ୍ତି ସରକାର । ଏହି ଟଙ୍କାରେ ମାଆ ନିଜ ପିଲାଙ୍କୁ ପୁଷ୍ଟିକର ଆହାର ଦେଇ ପାରିବେ । ତେଣୁ ଏହି ଯୋଜନାରେ ସଂପୂର୍ଣ୍ଣ ଭାବରେ ମହିଳା ଓ ଶିଶୁମାନଙ୍କୁ ପାଇଁ ସମର୍ପିତ ।

ଦେଖନ୍ତୁ ଭିଡିଓ :-

ଦୁଇ ବର୍ଷ ପୂର୍ବେ କରୋନା କାଳରେ ଗର୍ଭବତୀ ଓ ପ୍ରସୂତୀଙ୍କୁ ରନ୍ଧାଖାଦ୍ୟ ପାଇଁ ଡିବିଟି ମାଧ୍ୟମରେ ସିଧା ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରା ଯାଉଥିଲା । ଏହି ଯୋଜନାର ନାମ ହେଉଛି ଅଙ୍ଗନୱାଡ଼ି ଲଭର୍ତୀ ଯୋଜନା ୨୦୨୪ର ଉଦ୍ଦେଶ୍ୟ ହେଉଛି ପ୍ରସୂତୀ ଓ ସେମାନଙ୍କ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା । ଏହି ଯୋଜନାର ଲାଭ ଉଠାଇ ବାକୁ ହେଲେ ମହିଳାଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ନାମ ପଞ୍ଜିକରଣ କରାଇବାକୁ ହେବ । ପିଲାଟିଏ ଜନ୍ମରୁ ଛଅ ବର୍ଷ ଯାଏଁ ପ୍ରତି ମାସରେ ୧୫୦୦ ଟଙ୍କା ଯୋଗାଇ ଦେବେ ସରକାର ।

ଗରିବ ସୀମାରେଖା ତଳେ ଥିବା ମହିଳା ମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବରେ କାର୍ଯ୍ୟକାରୀ କରା ଯାଉଛି । ଏଭଳି ସହାୟତା ମାଧ୍ୟମରେ ପିଲାଙ୍କ ଶାରିରୀକ ତଥା ମାନସିକ ସ୍ବାସ୍ଥ୍ୟରେ ପରିବର୍ତ୍ତନ ହେଇ ପାରିବ । ଏହି ଯୋଜନାରେ ସାମିଲ୍ ହେବାକୁ ହେଲେ ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ । ନଚେତ୍ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର, ପଞ୍ଚାୟତ ଅଫିସ୍, ନିକଟସ୍ଥ ସରକାରୀ ଅଫିସରେ ସମସ୍ତ ସୂଚନା ପାଇଲା ପରେ ଏହି ଯୋଜନାର ଲାଭ ଉଠାଇ ପାରିବେ ।