ଗର୍ଭାବସ୍ଥାରେ ଏହି ଭୁଲ୍ ଯୋଗୁଁ ଶିଶୁର ହୃଦୟରେ ହୋଇଥାଏ ଛିଦ୍ର, ପ୍ରତ୍ୟେକ ମହିଳା ଜାଣି ରଖିବା ଉଚିତ୍

ଗର୍ଭାବସ୍ଥାରେ ଅଜାଣତରେ ବି କରନ୍ତୁ ନାହିଁ ଏପରି ଭୁଲ। ନଚେତ୍ ଆପଣଙ୍କ ଶିଶୁ ଏକ ବଡ଼ ଅସୁବିଧାରେ ପଡିପାରେ। ଶିଶୁଟିଏ ମା ଗର୍ଭରେ ରହିଥିବା ବେଳେ ହିଁ ତାର ବିଭିନ୍ନ ପ୍ରକାରର ବୃଦ୍ଧି ଘଟିଥାଏ। ଏବଂ ଏହି ଗର୍ଭାବସ୍ଥାର ସମୟ ହିଁ ଅନେକ ମାତ୍ରାରେ ତାର ଭବିଷ୍ୟତ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ।

ତେବେ ଆପଣ ନିଶ୍ଚୟ ଶୁଣିଥିବେ ଯେ ପିଲା ଜନ୍ମ ସମୟରେ ତାର ହୃଦୟରେ ଛିଦ୍ରର ସମସ୍ୟା ଦେଖା ଦେଇଥାଏ। ହଠାତ୍ ଏହାର ଖରାପ୍ ପ୍ରଭାବ ଜଣା ପଡ଼ି ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ମରଣ ମୁଖକୁ ବି ଟାଣି ନେଇପାରେ। ତେବେ ଏହାର ସଠିକ୍ କାରଣ ସ୍ପଷ୍ଟ ଜଣା ପଡ଼ି ନ ଥିଲେ ମଧ୍ୟ ଡାକ୍ତରଙ୍କ କହିବା ଅନୁସାରେ ପିଲାଟି ଗର୍ଭାବସ୍ଥାରେ ରହିଥିବା ବେଳେ ହିଁ ମାର ଏପରି କିଛି କାମ ଯାହା ପିଲା ପାଇଁ ଏହି ସମସ୍ୟା ଆଣି ଦେଇଥାଏ।

ତେବେ ଆସନ୍ତୁ ଜାଣିବା ପିଲାର ହୃଦୟରେ ଛିଦ୍ର ସୃଷ୍ଟି ହେବାର କଣ ସବୁ ରହିଛି କାରଣ।

ଡାକ୍ତରଙ୍କ ଅନୁଯାୟୀ ଜିନରେ ପରିବର୍ତ୍ତନ ହେତୁ ହୃଦୟରେ ଏପରି ସମସ୍ୟା ହୋଇଥାଏ। ଏହା ସହିତ ଖରାପ ଜୀବନଶୈଳୀ, ଧୂମପାନ ଓ ମଦ୍ୟପାନ ଦ୍ୱାରା ମଧ୍ୟ ଶିଶୁ ହୃଦୟରେ ଛିଦ୍ର ହୋଇ ପାରେ।

ଏବେ ଆସନ୍ତୁ ଜାଣିବା ଶିଶୁ ହୃଦୟରେ ଛିଦ୍ର ହୋଇଛି ବୋଲି ଆମେ କିପରି ଜାଣିବା।

ପ୍ରଥମ ଅବସ୍ଥାରେ ହିଁ ଜଣା ପଡ଼ି ଥାଏ। ମାତ୍ର ହଠାତ୍ ଏହାର କୌଣସି ପ୍ରଭାବ ଦେଖା ଦେଇନଥାଏ। ମାତ୍ର ଧୀରେ ଧୀରେ ହୃଦୟର ଛିଦ୍ର ହେତୁ ଶିଶୁର ହୃଦ୍ ସ୍ପନ୍ଦନ ଅସ୍ବାଭାବିକ ଏବଂ ଅନିୟମିତ ହୋଇଯାଏ। ହୃଦୟରେ ଛିଦ୍ର ହେତୁ ପିଲାର ଓଜନ ବଢେ ନାହିଁ କିମ୍ବା ଠିକ୍ ସମୟରେ ବୃଦ୍ଧି ମଧ୍ୟ ହୋଇ ନ ଥାଏ।ସେ ଶୀଘ୍ର ଥକି ଯାଏ।

ତେଣୁ କରି ଗୋଟିଏ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତାର ଗର୍ଭାବସ୍ଥା ଅନେକ ମାତ୍ରାରେ ଦାୟୀ ହୋଇଥାଏ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହିତ ଜୀବନଶୈଳୀକୁ ଉନ୍ନତ ରଖିବାକୁ ଚେଷ୍ଟା କରନ୍ତୁ।