ଦେଖନ୍ତୁ ଭିଡ଼ିଓ: ପ୍ରେମ ରେ ଏମିତି ଅନ୍ଧ ହେଲେ ଯେ ସ୍ୱାମୀ ଏବଂ ଦୁଇ ପୁଅଙ୍କୁ ଛାଡ଼ି ଦିଅର ସହିତ ଫେରାର ହୋଇଗଲେ ମହିଳା ଆଉ ଏବେ…

ପ୍ରେମ ଆଗରେ ହାର ମାନିଗଲା ମାଆର ମମତା । ଦୁଇ ଦୁଇଟି ଛୁଆ ଏବଂ ସ୍ୱାମୀକୁ ଛାଡ଼ି ଦିଅର ସହିତ ହୋଇଗଲା ଫେରାର । ଅରବୋଇ ଜିଲ୍ଲା ପୌରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମପଞ୍ଚାୟତର ତେନ୍ତୁଳିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କର ଘର ଛାଡ଼ି ଫେରାର ହୋଇଯିବା ଘଟଣା ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗ୍ରାମର ବିନୋଦ ନାୟକ ୧୪ ବର୍ଷ ତଳେ କାମାକ୍ଷାନଗର ଅଞ୍ଚଳର ମିତା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ରହିଥିଲେ । ସବୁକିଛି ଠିକ୍ ଚାଲିଥିବା ବେଳେ ହଠାତ ତାଙ୍କ ସଂସାର ଉପରେ ସତେ ଯେମିତି କାହାରି ନଜ଼ର ଲାଗିଯାଇଥିଲା ।

ସମ୍ପର୍କୀୟ ଦିଅର ସହିତ ମିତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମରେ ଏତେ ଉବୁଟୁବୁ ରହିଥିଲେ ଯେ ୨ଟି ପୁତ୍ର ସନ୍ତାନ ଏବଂ ସ୍ୱାମୀ ମୁହଁକୁ ମଧ୍ୟ ଚାହିଁଲେ ନାହିଁ । ସମସ୍ତଙ୍କୁ ଛାଡି ପ୍ରେମିକ ସହିତ ଛୁ ମାରିଲେ ମିତା ।

ଦେଖନ୍ତୁ ଭିଡିଓ :-

କେବଳ ସେତିକି ନୁହେଁ ଗଲା ବେଳକୁ ଘରୁ ନଗଦ ୧ ଲକ୍ଷ ଟଙ୍କା, ଏଟିଏମ୍ କାର୍ଡ ଏବଂ ସୁନା ଗହଣା ନେଇକି ମଧ୍ୟ ସେ ଫେରାର ହୋଇଯାଇଥିବା ବିନୋଦ ଅଭିଯୋଗ କରିଛନ୍ତି ।