ଅଧିକାଂଶ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ର ମୂଳ କାରଣ ହୋଇଥାଏ ମଦ। ମୟୂରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଥିରେ ମଦ ନିଶାରେ ନୃଶଂସ ପାଲଟି ଯାଇଥିଲା ସ୍ବାମୀ । ମଦ ପାଇଁ ସ୍ତ୍ରୀ ପଇସା ନ ଦେବାରୁ କୁରାଢ଼ିରେ ହାଣି ତାର ଜୀବନ ନେଇ ଯାଇଥିଲା ସ୍ବାମୀ। ଘଟଣାଟି ଜଣା ପଡିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଆଉ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ବାଙ୍ଗିରିପୋଷି ଥାନା, ବ୍ରାହ୍ମଣ ଗ୍ରାମ ପଞ୍ଚାୟତ , ଶାଳଘଟି ଗ୍ରାମର ପଦନ ଦେହୁରୀ ହେଉଛନ୍ତି ଜଣେ ଗରିବ ଶ୍ରେଣୀର ଲୋକ। ଉଭୟ ସ୍ଵମୀ ଓ ସ୍ତ୍ରୀ ଛୋଟ ମୋଟ କାମ କରି ତାଙ୍କର ପରିବାରର ପ୍ରତିପୋଷଣ କରନ୍ତି।
କିନ୍ତୁ କାମ ସାରି ନିଜର ଘରକୁ ଫେରୁଥିବା ବେଳେ ସ୍ବାମୀ ମଦ ପିଇ ଘରକୁ ଫେରେ। ହେଲେ ଘଟଣା ଦିନ ପଦନ ପୁଣି ମଦ ପିଇବା କୁ ସ୍ତ୍ରୀ କୌଶଲ୍ୟା ଙ୍କୁ ଟଙ୍କା ମାଗିବାରୁ ସ୍ତ୍ରୀ କୌଶଲ୍ୟା ଟଙ୍କା ଦେବା ପାଇଁ ମନା କରି ଦେଇଥିଲା। ଯେଉଁଥିପାଇଁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାଟି ତୁଣ୍ଡ ଓ ଗଣ୍ଡଗୋଳ ଉଗ୍ର ରୂପ ମଧ୍ୟ ଧାରଣ କରି ଦେଇଥିଲା।
ଶେଷରେ ପଦନ ରାଗିଯାଇ ହାତରେ ଧରିଥିବା କୁରାଢି ସାହାଯ୍ୟରେ ସ୍ତ୍ରୀ କୌଶଲ୍ୟା ଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ସ୍ତ୍ରୀ କୌଶଲ୍ୟା ଟଳି ପଡ଼ିବା ପରେ ପଦନ ଘଟଣା ସ୍ଥଳରୁ ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ କାବୁ କରି ଅଟକ ରଖି ଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଦନ କୁ ଗିରଫ କରିଛି।