ଦେଖନ୍ତୁ ଭିଡ଼ିଓ: ସ୍ୱାମୀଙ୍କ ସବୁ ସିକ୍ରେଟ କହିଦେଲେ ଅଭିନେତ୍ରୀ ଲିପ୍ସା ମିଶ୍ର, କହିଲେ “ମୋ ସ୍ୱାମୀ ତ ମୋତେ ସବୁବେଳେ…”

ବିବାହ ବାନ୍ଧନରେ ଏବେ ବାନ୍ଧି ହୋଇ ନିଜ ବୈବାହିକ ଜୀବନ ଅତି ଆନନ୍ଦରେ କାଟୁଛନ୍ତି ଓଲିଉଡ୍‌ ର ଆଉ ଜଣେ ଚୁଲ୍‌ବୁଲି ନାୟିକା ଲିପ୍ସା ମିଶ୍ର । କିଛି ମାସ ପୂର୍ବରୁ ବିବାହ ହୋଇଥିବା ବେଳେ ଏବେ ମିଡିଆ ଆଗରେ ନିଜ ବୈବାହିକ ଜୀବନ ବିଷୟରେ କିଛି କଥା ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, “ମୋ ସ୍ୱାମୀ ପରି କେହି ବି ହେବେ ନାହିଁ । ସେ ମତେ ବହୁତ ସପୋର୍ଟ କରନ୍ତି । ସେ ଯାହା ବି ନିଷ୍ପତି ନିଅନ୍ତି ମୁଁ ତାଙ୍କ କଥାରେ ରାଜି ହୋଇଯାଏ କାରଣ ସେ ମୋ ଭଲ ପାଇଁ ହିଁ ସବୁ କୁହନ୍ତି । ଆମେ ଗଣେଶ ପୂଜା ଦିନ ସକାଳୁ ଉଠି ପ୍ରଭୁ ଗଣେଶଙ୍କୁ ବସାଇ ପୂଜା କରି ଭୋଗ ଖାଇଥିଲୁ ।

ତାପରେ ଆମର ପ୍ଲାନ ହୋଇଥିଲା ଯେ ଆମେ ଭୁବନେଶ୍ୱରରେ ମେଢ଼ ଦେଖିବାକୁ ଯିବୁ । ତାପରେ ଆମେ ବହୁତ ମଜା ମସ୍ତି କରିଥିଲୁ । ମୋ ସ୍ୱାମୀ ମତେ କୌଣସି କଥାରେ ମନା କରନ୍ତି ନାହିଁ । ସେ କୁହନ୍ତି ତୁ ଯାହା କରୁଛୁ କର । ସୁଟିଂ କୁ ଯାଆ ଆଉ ସୁଟିଂ ସାରିକି ସୁରକ୍ଷିତ ଭାବେ ଘରକୁ ଆସିବୁ । ସବୁ ନଜର ରଖୁଥିବୁ ଆଉ ସଚେତନ ରହୁଥିବୁ ।”

ଦେଖନ୍ତୁ ଭିଡିଓ :-

ତେବେ ଲିପ୍ସାଙ୍କର କ୍ୟାରିଅର ବିଷୟରେ କହିବାକୁ ଗଲେ ସେ 2015 ରେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ବିଗ୍‌ ବ୍ରେକ୍‌ ଜରିଆରେ ଓଲିଉଡ୍‌ ରେ ପାଦ ଥାପିଥିଲେ । ପରେ ସେ ଏକାଧିକ ସିନେମା, ଧାରାବାହିକ, ମ୍ୟୁଜିକ୍‌ ଭିଡିଓରେ ନଜର ଆସିଛନ୍ତି । ଖୁବ୍‌ ସୁନ୍ଦର ଡ୍ୟାନ୍ସ ସାଙ୍ଗକୁ ମନଲୋଭା ଅଭିନୟ ଲିପ୍ସାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।