କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି ସ୍ଵାମୀ ବି ଏହିସବୁ ଅଭିଯୋଗ ଆଧାରରେ ସ୍ତ୍ରୀକୁ ଦେଇପାରିବ ଛାଡପତ୍ର, ଜାଣନ୍ତୁ ପୁରା ଖବର

ଏଣିକି ସ୍ବାମୀ ବି ଚାହିଁଲେ ଦେଇପାରିବେ ଛାଡ଼ପତ୍ର । ଅଧିକାଂଶ ମହିଳାଙ୍କ ପକ୍ଷରୁ ହିଁ ଛାଡ଼ପତ୍ର ଆବେଦନ କରାଯାଇଥାଏ, ଭାରତ ଭଳି ଏକ ପୁରୁଷ ପ୍ରାଧାନ୍ୟ ଦେଶରେ ମହିଳା ମାନେ ହିଁ ବିଶେଷ ଭାବେ ନିର୍ଯାତିତ ହୋଇଥାନ୍ତି । ମହିଳା ମାନଙ୍କର ଏପରି ଅବସ୍ଥାକୁ ଆଧାର କରି ମହିଳା ମାନକୁ ବିଶେଷ ଭାବେ ଆଇନଗତ ସୁରକ୍ଷା ଅଧିକ ପ୍ରଦାନ କରାଯାଇଥାଏ ।

ହେଲେ କେଉଁଠି ନା କେଉଁଠି ସମୟ ବଦଳିଛି । କେବଳ ସ୍ତ୍ରୀ ନୁହନ୍ତି ସ୍ବାମୀ ମାନେ ମଧ୍ୟ ଅନେକ ସମୟରେ ଅନେକ କ୍ଷେତ୍ରରେ ଶୋଷଣର ସ୍ବୀକାର ହୋଇଛନ୍ତି। ହେଲେ ଜଣେ ପୁରୁଷ ବି ନିର୍ଯାତିତ ହୋଇପାରେ ଏଇ କଥା କୁ ଅନେକ ବିଶ୍ୱାସ କରିବାକୁ ରାଜିନଥାନ୍ତି ।

ବର୍ତ୍ତମାନ ସମାଜରେ ଅନେକ ମହିଳା ଆଇନର ଦୁରୁପଯୋଗ କରୁଛନ୍ତି । ଅନେକ ମିଛ ଅଭିଯୋଗରେ ସ୍ବାମୀ ମାନଙ୍କୁ ଫସାଉଛନ୍ତି । ଯେଉଁଥିପାଇଁ ପୁରୁଷ ମାନେ ସମାଜରେ ନିଜର ସମ୍ମାନ ହରାଉଛନ୍ତି । କେଉଁଠି ନା କେଉଁଠି କାହାର ଚାକିରି ଯାଉଛି ଓ କିଏ ନ୍ୟାୟାଳୟ ଦଉଡ଼ି ଦଉଡ଼ି ଆଇନ ଉପରୁ ବିଶ୍ୱାସ ହରାଉଛି ।

ଆହୁରି ପଢନ୍ତୁ :- ରାଜି ନ ହେବାରୁ କାର୍ ଭିତରେ ଗାର୍ଲଫ୍ରେଣ୍ଡକୁ ମାଡି ବସିଲା ପ୍ରେମିକ, ଆଉ ତାପରେ କଲା ଏମିତି ଭାବରେ ଦୁଷ୍କର୍ମ

ଏହିସବୁ ଜିନିଷକୁ ଆଖି ଆଗରେ ରଖି ଦିଲ୍ଲୀ ହାଇକୋର୍ଟ ରେ ଜଷ୍ଟିସ ସୁରେଶ କୁମାର କଇଦ୍ ଏବଂ ନିନା ବୱସଲ ଏଭଳି ନିଷ୍ପତି ନେଇଛନ୍ତି । କୋର୍ଟ ଜଣେ ସ୍ବାମୀ ସ୍ତ୍ରୀଙ୍କର ମାମଲାରୁ ଶୁଣାଣି କରିବାବେଳେ ଏପରି ନିଷ୍ପତି ନେଇଛନ୍ତି ।

କୋର୍ଟ କହିଛନ୍ତି ସ୍ବାମୀ ଯେ ସ୍ତ୍ରୀ ଦ୍ଵାରା ନିର୍ଯାତିତ ହେଇଛନ୍ତି ଏଥିରେ ସନ୍ଧେହ ନାହିଁ । ସ୍ତ୍ରୀ ମାନଙ୍କ ଦ୍ଵାରା ମିଛ ଲାଞ୍ଛନା ହେତୁ ସ୍ବାମୀମାନେ ସମାଜରେ ନିଜର ସମ୍ମାନ ହରାଉଛନ୍ତି, ମାନସିକ ଯନ୍ତ୍ରଣା ପାଉଛନ୍ତି, ଏପରିକି କେହି କେହି ଆତ୍ମହତ୍ୟା ମଧ୍ୟ କରୁଛନ୍ତି । ତେଣୁକରି ଆଗକୁ ସ୍ବାମୀ ମାନଙ୍କ ଛାଡ଼ପତ୍ର କୁ ମଧ୍ୟ ଗ୍ରହଣ କରାଯିବ ।