୨୦୨୪ ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!

ଆଉ ଦିନକ ପରେ ୨୦୨୩ ଶେଷ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ଶନି ଓ ଶୁକ୍ରଙ୍କ ପ୍ରଭାବ ଯୋଗୁଁ ତିନୋଟି ରାଶି ପାଇଁ ବେଶ ଖାସ୍ ହେବାକୁ ଯାଉଛି ୨୦୨୪ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଓ ଶୁକ୍ର ନୂତନ ବର୍ଷରେ ରାଶି ପରିବର୍ତ୍ତନ କରିବେ । ଯାହା ଫଳରେ ମାଲାଭିଆ, ଶାଶ ଓ ରୁଚକ ରାଜଯୋଗ ଗଠନ ହେବ । ଏହି ତିନୋଟି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।

ଶାସ୍ତ୍ର ଅନୁଯାୟୀ, ଶୁକ୍ର ଉଚ୍ଚ ରାଶିକୁ ଗୋଚର ବା ରାଶି ପରିବର୍ତ୍ତନ କଲେ ମାଲାଭିଆ ରାଜଯୋଗ ସୃଷ୍ଟି ହେବ । ଶୁକ୍ର ଧନ, ସମୃଦ୍ଧି ଓ ଭୋଗ ବିଳାସର କାରକ ଅଟନ୍ତି । ସେପରି ଶନି ନିଜ ରାଶି କୁମ୍ଭରେ ବିରାଜମାନ ହୋଇ ଶାଶ ରାଜଯୋଗ ଗଠନ କରିବେ । ଉଭୟ ଗ୍ରହଙ୍କ ଦ୍ବାରା ସୃଷ୍ଟି ହେଉଥିବା ରାଜଯୋଗ ହେତୁ ତିନୋଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ…

ବୃଷ ରାଶି :- ବୈଦିକ ଶାସ୍ତ୍ର ଅନୁଯାୟୀ, ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂତନ ବର୍ଷ ଶୁଭ ପ୍ରମାଣିତ ହେବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନିଜ ପସନ୍ଦର ଚାକିରି ମିଳିବ । ଆୟ ବୃଦ୍ଧି । ସମସ୍ତ ଯୋଜନା ସଫଳତାର ସହ ସଂପୂର୍ଣ୍ଣ ହେବ । ପିତାଙ୍କ ସମ୍ପତ୍ତିରୁ ଲାଭ ମିଳିବ । ନୂତନ ଯାନ ଓ ସମ୍ପତ୍ତିର କିଣିବା ନେଇ ଯୋଗ ରହିଛି । ଅବିବାହିତ ବ୍ୟକ୍ତିମାନେ ବିବାହ କରିପାରନ୍ତି ।

ଆହୁରି ପଢନ୍ତୁ :- ମଙ୍ଗଳ ଗୋଚର ଫଳରେ ଏହି ୩ ରାଶିଙ୍କ ପାଇଁ ପାଲଟିବ ବରଦାନ, ଦୂର ହେବ ଟାଙ୍କର ଅଭାବ!

ସିଂହ ରାଶି :- ନୂତନ ବର୍ଷ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆନନ୍ଦଦାୟକ ରହିବ । ବର୍ଷ ଆରମ୍ଭ ହେବା ମାତ୍ରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ । କ୍ୟାରିୟର ପାଇଁ ଏକ ସମୟ ଅନୁକୂଳ ଅଟେ । ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । ବିନିଯୋଗରୁ ଲାଭ ମିଳିବ । ଅଟକି ରହିଥିବା କାମ ପୂରଣ ହେବ ।

କୁମ୍ଭ ରାଶି :- ଶନି କୁମ୍ଭ ରାଶିର ସ୍ବାମୀ ହୋଇଥିବାରୁ ଆଗାମୀ ବର୍ଷ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ପ୍ରମାଣିତ ହେବ । ୨୦୨୪ ରେ ଶନି କୁମ୍ଭ ରାଶିରେ ଅବସ୍ଥାନ କରିବେ । ସେପଟେ ଉଭୟ ଶୁକ୍ର ଓ ଶନି ମିତ୍ର ଗ୍ରହ ଅଟନ୍ତି । ଏପରି ସ୍ଥିତିରେ ଉଭୟ ଗ୍ରହର ପ୍ରଭାବ ଯୋଗୁଁ କୁମ୍ଭର ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ ସୁବିଧା ମିଳିବ । ଫଳରେ ବ୍ୟବସାୟରେ ଅଗ୍ରଗତି ହେବ । କର୍ମ କ୍ଷେତ୍ରରେ ପଦୋନ୍ନତି । ଆୟରେ ବୃଦ୍ଧି । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।