ନଭେମ୍ବର ମାସରେ ଗ୍ରହରେ ହେବ ପରିବର୍ତ୍ତନ, ଧନଲକ୍ଷ୍ମୀ ବର୍ଷା କରିବେ ଏହି ୫ଟି ରାଶିର ଲୋକଙ୍କ ଉପରେ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନକୁ ବିଶେଷ ଗୁରୁତ୍ବ ଦିଆ ଯାଇଥାଏ । କାରଣ ଗ୍ରହ ମାନଙ୍କର ଚଳନ ଦ୍ୱାରା ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଭେମ୍ବର ମାସରେ ଶୁକ୍ର , ଶନି, ବୁଧ ଓ ସୂର୍ଯ୍ୟଙ୍କର ଗତିବିଧିରେ ପରିବର୍ତ୍ତନ ଦେଖା ଦେବ ।

ନଭେମ୍ବର ୨ ରେ ଶୁକ୍ର କନ୍ୟାରେ ପ୍ରବେଶ କରିବେ ଏବଂ ନଭେମ୍ବର ୪ ବେଳକୁ ଶନି କୁଂଭରେ ଦେଖା ଦେବେ । ବୁଧ ନଭେମ୍ବର ୬ ସୁଦ୍ଧା ବିଛା ଗ୍ରହର ପ୍ରବେଶ କରିବେ । ନଭେମ୍ବର ୧୭ ବେଳକୁ ସୂର୍ଯ୍ୟଙ୍କର ବିଛା ଗ୍ରହରେ ମଧ୍ୟ ପ୍ରବେଶ ରହିଛି । ୨୭ ନଭେମ୍ବର ବେଳକୁ ବୁଧ ପୁଣି ଥରେ ଦିଗ ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିବେ ।

ନଭେମ୍ବର ମାସରେ ଏହି ଗ୍ରହ ମାନଙ୍କର ଗତି ତୀବ୍ର ରହିବ । ତେବେ ଆସନ୍ତୁ ଜାଣିବା ଏହି ଗ୍ରହ ମାନଙ୍କର ଚଳନ ଏହି ରାଶି ମାନଙ୍କ ଉପରେ କିପରି ରହିବ । ସେହି ୫ଟି ରାଶି ହେଉଛି- ମେଷ, ବୃଷ, ବିଛା, ଧନୁ, କନ୍ୟା ।

ଆହୁରି ପଢନ୍ତୁ :- ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ…

ମେଷ :- ପାରିବାରିକ ଜୀବନରେ ଉତ୍‌ଥାନ ପତନ ସମାଧାନ ହେବ । ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବ।

ବୃଷ :- ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଉପାର୍ଜନ ହୋଇପାରେ । ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ ।

ବିଛା :- ନୂଆ କାମ ପାଇଁ ମନରେ ଉତ୍ସୁକତା ହେବା ସହ ସୁଭଫଳ ମିଳିବ । ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ ।

ଧନୁ :- ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ । ଶିଳ୍ପ ଓ ପରିବହନରେ ଅର୍ଥ ଉପାର୍ଜନର‌ ଯୋଗ ରହିଛି ।

କନ୍ୟା :- କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।