ତଳେ ଗଡ଼ାଇ ଭାଙ୍ଗିଲେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ବାଂଲାଦେଶ ରେ ମୁସଲିମ ଦେଖାଇଲେ ଅସଲ ରୂପ

ହିଂସା ନିଆଁରେ ଜଳୁଛି ବାଂଲାଦେଶ। ସାରା ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ। 

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତଳେ ଗଡ଼ୁଛି:

ବାଂଲାଦେଶ ମେହେରପୁର ଅଞ୍ଚଳରେ ଥିବା ଇସ୍କନ୍ ମନ୍ଦିରରେ ଆତତାୟୀ ମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ମନ୍ଦିରର ଦୁଇଟି ଫ୍ଲୋରରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଠି ନିଆଁରେ ଛାରଖାର ହୋଇଥିବା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତଳେ ଗଡ଼ୁଛି। 

ଯାହାର ଦୃଶ୍ୟ ଦେଖିବା ପରେ ହିନ୍ଦୁଙ୍କୁ ଶକ୍ତ ଆଘାତ ଲାଗିଛି। ସେହିପରି କିଛି ହିନ୍ଦୁ ପରିବାର ଉପରେ ଆକ୍ରମଣ ହୋଇଥିବା ବି ଅଭିଯେୋଗ ହୋଇଛି। କିଛି ମହିଳା ଏନେଇ ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ପୋଷ୍ଟ କରି ନିଜ ଦୁଃଖ ବୟାନ କରିଛନ୍ତି । 

ସେହିପରି ଏବେ ଭାରତ-ବାଂଲା ସୀମାରେ ଅଟକି ରହିଛନ୍ତି ଅନେକ ବାଂଲାଦେଶୀ। ବାଂଲା ପଟୁ ଭାରତକୁ ଆସିବାକୁ ସେମାନେ ନିବେଦନ କରୁଛନ୍ତି। ଆଉ କିଛି ଭାରତକୁ ମେଡିକାଲ୍ କାମ ପାଇଁ ଆସି ଆଉ ଫେରି ପାରୁନାହାନ୍ତି। ବାଂଲାଦେଶ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୦୦ ଜୀବନ ଗଲାଣି। 

ସ୍ଥିତି ଏତେ ଖରାପ ଯେ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯିବା ସହ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନ୍ୟପଟେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡ଼ି ସେ ନୂଆଦିଲ୍ଲୀ ଆସିଛନ୍ତି। ସାଙ୍ଗରେ ଅଛନ୍ତି ତାଙ୍କ ଭଉଣୀ। 

କୁହାଯାଉଛି ଖୁବଶୀଘ୍ର ସେମାନେ ଯାଇପାରନ୍ତି ଲଣ୍ଡନ। ଭଉଣୀ ରିହାନାଙ୍କର ବ୍ରିଟେନ୍ ନାଗରିକତା ରହିଛି। ତାଙ୍କ ସହ ଲଣ୍ଡନ ଯାଇ ସେଠାରେ ଶରଣ ନେଇପାରନ୍ତି ଶେଖ୍ ହାସିନା। ଏନେଇ ସେଠାକାର ସରକାରଙ୍କ ଅନୁମୋଦନକୁ ଅପେକ୍ଷା ଥିବା ସୂଚନା ମିଳିଛି।