IT ରେଡ୍‌ ରେ ଧରାପଡୁଥିବା ଧନ ସମ୍ପତ୍ତି ଗୁଡିକୁ କଣ କରାଯାଏ? କେବେ ଭାବିଛନ୍ତି କି? ତେବେ ଆସନ୍ତୁ ଜାଣିବା ପୁରା ବିବରଣୀ…

ଓଡ଼ିଶା ଏବେ ପାଲଟିଛି କଳା ଧନର ଗନ୍ତାଘର । ଏ ପର୍ଯ୍ୟନ୍ତ କଳା ଧନ ଆସି ୩୦୦ କୋଟିରେ ପହଞ୍ଚିଲାଣି । ଆଉ କଳା ଧନ କାହା ପାଖରେ କେମିତି ଓ କେଉଁ ରୂପରେ ଅଛି ତାହା ଏବେ ବି ସଂପୂର୍ଣ୍ଣ ଜଣା ପଡ଼ି ନାହିଁ ।

ତେବେ ଏହି କଳା ଧନ ଧରା ପଡିବା ପରେ ଲୋକ ମାନଙ୍କ ମନରେ ଦେଖା ଦେଇଛି ଅନେକ ପ୍ରଶ୍ନ । ଯେପରିକି କାହାକୁ କଳା ଧନ କୁହାଯାଏ ? ଏହାକୁ କିପରି ଜବତ୍ କରାଯାଏ ? ଜବତ୍ ହୋଇଥିବା ଧନ କେଉଁଆଡେ ଯାଏ ? ତେବେ ଆସନ୍ତୁ ଆମେ ଆଜି ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ।

ଆପଣ ମାନେ ଓଡ଼ିଶାରେ ହୋଇଥିବା ରେଡ୍ ବିଷୟରେ ତ ନିଶ୍ଚିତ ଅବଗତ ଥିବେ । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ରେଡ୍ କରିବାର ସମସ୍ତ କ୍ଷମତା କେବଳ ସରକାରଙ୍କ ହାତରେ ହିଁ ରହିଥାଏ । ତେବେ ଟଙ୍କା ଉପରେ ଓ ସୁନା ଗହଣା ବା ଜମି ବାଡ଼ି ଉପରେ ଅଲଗା ରେଡ୍ କରା ଯାଇଥାଏ । 

ବ୍ଲାକ ମନି କାହାକୁ କୁହାଯାଏ ?

ଏକ ନିର୍ଦ୍ଧିଷ୍ଟ ପରିମାଣ ଠାରୁ ଅଧିକ ଧନ ଯାହାକି ଘରେ ଗଚ୍ଛିତ କରି ରଖା ଯାଇଥାଏ ଏବଂ ଏହି ଧନ ଆୟର କୌଣସି ଆଇନ୍ ଗତ ପ୍ରମାଣ ନ ଥାଏ ତେବେ ସାଧାରଣତଃ ଏଭଳି ଧନକୁ ବ୍ଲାକ ମନି କୁହା ଯାଇଥାଏ । ଆପଣଙ୍କ ପାଖରେ ଯେତେ ଅଧିକ ଧନ ଥାଉ ନା କାହିଁକି ଯଦି ଆପଣଙ୍କ ପାଖରେ ଏହି ଟଙ୍କା ଆୟର ସଠିକ୍ ପ୍ରମାଣ ଓ ହିସାବ ରହିଛି ତେବେ ଏଥିରେ ଭୟ କରିବାର କୌଣସି କଥା ନାହିଁ । 

ଜବତ୍ ହୋଇଥିବା ଧନର ମୂଲ୍ୟାୟନ କିପରି ହୁଏ ଓ ଏହା କୁଆଡେ ଯାଏ ?

ଜବତ୍ ହୋଇଥିବା ଧନକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଧିକାରୀ ମାନଙ୍କ ଦ୍ଵାରା ମେସିନ ସାହାଯ୍ୟରେ ଗଣନା କରା ଯାଇଥାଏ । ଗଣନା ଶେଷ ହେବା ପରେ ସମସ୍ତ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହାର ଏକ ତାଲିକା ପ୍ରସ୍ତୁତ କରା ଯାଇଥାଏ । ଏବଂ ଏହାକୁ କୋର୍ଟରେ ପ୍ରସ୍ତୁତ କରା ଯାଇଥାଏ । କୋର୍ଟ ରେ କେଶ୍ ଚାଲିଥିବା ସମୟରେ ସମ୍ପୂର୍ଣ ସତ୍ୟା ସତ୍ୟ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ଏହି ଟଙ୍କାକୁ ଷ୍ଟେଟ୍ ବ୍ୟାଙ୍କ୍ ରେ ଜମା କରା ଯାଇଥାଏ । କୋର୍ଟ ରେ ସତ୍ୟା ସତ୍ୟ ଜଣା ପଡିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥାଏ । ଯେପରିକି ଟଙ୍କା ଗୁଡ଼ିକ ବେଆଇନ୍ ପ୍ରମାଣିତ ହେଲେ କେନ୍ଦ୍ର ସରକାରଙ୍କ ପାଖକୁ ଚାଲି ଯାଏ ।