ଦେଖନ୍ତୁ ଭିଡ଼ିଓ : ପ୍ରେମିକାର ବ୍ଲାକମେଲିଙ୍ଗ କୁ ସହ୍ୟ ନକରିପାରି ପଙ୍ଖାରେ ଝୁଲି ଆତ୍ମହତ୍ୟା କଲେ ଜେଲ୍ ୱାର୍ଡର।

ମିଛ ପ୍ରେମ, ଧୋକା ଏବଂ ବ୍ଲାକମେଲିଙ୍ଗ ର ଅନେକ ଖବର ଶୁଣିବାକୁ ମିଳିଥାଏ। ଏହିପରି ଏକ ଘଟଣା ଏବେ ଚର୍ଚ୍ଚାରେ ।ସୂଚନା ଅନୁଯାୟୀ, ବିଜୟ ପରିଡ଼ା ନାମକ ଜଣେ ଜେଲ ୱାର୍ଡର ନିଜ ପୂର୍ବତନ ପ୍ରେମିକା ର ବ୍ଲାକମେଲିଙ୍ଗ କୁ ସହ୍ୟ ନ କରିପାରି କରିଛନ୍ତି ଆତ୍ମହତ୍ୟା।

ପରିବାର କହିଲେ ଘରେ ବାପା ,ମାଆ , ସ୍ତ୍ରୀ ଏବଂ ଚାରି ବର୍ଷର ପିଲା। ଯାହାକୁ ନେଇ ବିଜୟ ମଧ୍ୟ ବେଶ ଖୁସୀରେ ଥିଲେ। ବିଜୟ ବିବାହ କରିବା ପୁର୍ବରୁ ରଶ୍ମି ରେଖା ସେଠୀ ନାମକ ଝିଅ କୁ ପ୍ରେମ କରୁଥିଲେ। କିନ୍ତୁ କୌଣସି କାରଣ ରୁ ସେ ଦୁହେଁ ବିବାହ କରିପାରିନଥିଲେ।

ବିଜୟର ସରକାରୀ ଚାକିରୀ ହେବା ପରେ ଲୁଟିବା ପାଇଁ ବସିଥିଲା ପ୍ରେମିକା। ପ୍ରେମିକ ବିବାହିତ ଥିବା ଜାଣି ମଧ୍ୟ ପାଖରେ ଶୋଇବା ପାଇଁ ପ୍ରେମିକା ଯେମିତି ପାଗଳୀ ହୋଇ ଯାଉଥିଲା। ଆଉ ପ୍ରେମିକ ଜଣକ ଘରେ ସ୍ତ୍ରୀ ଅଛି ବୋଲି କହି ମନା କରିବାରୁ ନିଜର ପୁରୁଣା ଫଟୋ ଦେଖାଇ ବ୍ଲାକ ମେଲିଂ କରିବା ଆରମ୍ଭ କରି ଦେଇଥିଲା।

ବିଜୟ ମନା କରିବାରୁ ବାରମ୍ବାର ସେ ଜେଲ ନିକଟକୁ ଯାଇ ବିଜୟ ସହ ଝଗଡା କରିବାକୁ ଲାଗିଥିଲେ। ସେଥିରେ ମଧ୍ୟ ତାଙ୍କର ମନ ବୁଝି ନଥିଲା ଯେ ତାଙ୍କୁ ପ୍ରେମ କରୁଥିବା ସମୟରେ ଯେଉଁ ଫଟୋ ଉଠାଇ ଥିଲେ ତାକୁ ନେଇ ସେ ବିଜୟଙ୍କୁ ବ୍ଲାକ ମେଲିଂ କରିବାକୁ ଲାଗିଥିଲେ। ଶେଷରେ ଏହା ସହ୍ୟ ନକରି ପାରି ବିଜୟ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଥିଲେ।

ଜେଲ କ୍ୱାର୍ଟର ଭିତରୁ ବିଜୟଙ୍କ ଝୁଲନ୍ତା ମୃ-ତ-ଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।