ପୁରା ବିଶ୍ୱରେ ମଧୁମେହ ବା ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଏହା ଏକ କ୍ରୋନିକ ରୋଗ । ଏହି ରୋଗ ଶରୀର ପ୍ରଭାବଶାଳୀ ଭାବରେ ଉତ୍ପାଦିତ ଇନସୁଲିନ୍ ବ୍ୟବହାର କରିବାର କ୍ଷମତାକୁ କମ୍ କରି ଦେଇଥାଏ । ଇନସୁଲିନ୍ ହେଉଛି ଏକ ହରମୋନ୍, ଯାହା ରକ୍ତ ଗ୍ଲୁକୋଜକୁ ନିୟନ୍ତ୍ରଣ କରିଥାଏ । ହାଇପରଗ୍ଲାଇସେମିଆ ରକ୍ତ ଗ୍ଲୁକୋଜ ଏବଂ ରକ୍ତରେ ଶର୍କରା ବୃଦ୍ଧି ବୋଲି ମଧ୍ୟ କୁହାଯାଏ ।
ଅନିୟନ୍ତ୍ରିତ ମଧୁମେହର ଏହା ଏକ ସାଧାରଣ ପ୍ରଭାବ ଏବଂ ସମୟ ସହିତ ଶରୀରର ଅନେକ ପ୍ରଣାଳୀକୁ ବିଶେଷ ଭାବରେ ସ୍ନାୟୁ ଏବଂ ରକ୍ତଭଣ୍ଡାରକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଏ । ମଧୁମେହର(Diabetes) ପ୍ରକାରଭେଦ ଅନୁଯାୟୀ, କିଛି ଲକ୍ଷଣ ରହିଛି । ତେବେ ଆପଣ ଜାଣିଛନ୍ତି କି ଶରୀରରେ ଯେତେବେଳେ ଡାଇବେଟିସ୍ ଆରମ୍ଭ ହୋଇଥାଏ ତେବେ କେଉଁ ସବୁ ଲକ୍ଷଣ ଆମେ ଅନୁଭବ କରିଥାଉ ? ଆସନ୍ତୁ ଜାଣିବା ମଧୁମେହ ରୋଗର କିଛି ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ…
ଟାଇପ୍ 1 ମଧୁମେହର ଲକ୍ଷଣ ହେଉଛି ବହୁତ ଭୋକିଲା ଅନୁଭବ ହୋଇଥାଏ, ଅତ୍ୟଧିକ ଶୋଷ ଲାଗିଥାଏ, ଓଜନ ହ୍ରାସ ପାଇଥାଏ, ବାରମ୍ବାର ପରିସ୍ରା ଲାଗିଥାଏ, ପରିଷ୍କାର ଭାବେ ଦେଖା ଯାଇନଥାଏ ବା ଧିରେ ଧିରେ ଦୃଷ୍ଟି ଶକ୍ତି କମିଥାଏ, ବହୁତ କ୍ଳାନ୍ତ ଅନୁଭବ ହୋଇଥାଏ ।
ଆହୁରି ପଢନ୍ତୁ :- କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ…
ଟାଇପ୍ 2 ମଧୁମେହର ଲକ୍ଷଣ ହେଉଛି ଅଧିକ ଭୋକ ଲାଗିଥାଏ, ଅଧିକ ଶୋଷ ଲାଗିଥାଏ, ଅତ୍ୟଧିକ ପରିସ୍ରା ଲାଗିଥାଏ, ଦୃଷ୍ଟିଶକ୍ତି କମିଯାଏ, କ୍ଳାନ୍ତ ଅନୁଭବ ହୁଏ, କ୍ଷତ ସହଜରେ ଶୁଖେ ନାହିଁ, ବାରମ୍ବାର ସଂକ୍ରମଣ ।