ଦେଖନ୍ତୁ ଭିଡିଓ: କଣ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ମାନ ଦେବାର ଆସୁନି ? ଲୋକଙ୍କ ପ୍ରତି ଘୃଣାଭାବ କଣ ପାଇଁ, ଜବାବ ମାଗୁଛି ଓଡିଶା

ପାଖେଇ ଆସୁଛି ସାଧାରଣ ନିର୍ବାଚନ । ବିଭିନ୍ନ ଦଳ ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଥିବାବେଳେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ପଦଯାତ୍ରାର ଶୁଭାରମ୍ଭ ସହ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ।

ତେବେ ବିଜେଡି ପକ୍ଷରୁ ଆୟୋଜିତ ଏହି ସଭାରେ ନବୀନ ସଭାମଂଚରେ ଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଜଣାଇବାରେ ବି କୁଣ୍ଠାବୋଧ କରିବା ସହ ବିରକ୍ତ ହୋଇ ଦଳୀୟ ଉତ୍ତରୀୟ ଓ ବ୍ୟାଜକୁ ନିଜ ଦେହରୁ କାଢ଼ି ଦେଇଥିବା ଦେଖିବାକୁ ମିଳିଛି । ଏହି ଜନସମ୍ପର୍କ ପଦଯାତ୍ରାରେ ଶ୍ରୀ ପଟ୍ଟନାୟକ ୨୦-୩୦ ମିଟର ଚାଲିବା ପରେ ଜନସଭାକୁ ସମ୍ବୋଧିତ କରିବା ପାଇଁ ଯାଇଥିଲେ ।

ତେବେ ସଭାମଂଚରେ ଥିବା ସମସ୍ତ ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ବିଶେଷ ଆଗ୍ରହ ଦେଖାଇନଥିଲେ । ଏପରିକି ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ କିଛି ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ସଭାସ୍ଥଳରେ ଉପସ୍ଥିତ ଦଳର ବରିଷ୍ଠ ପଦାଧିକାରୀ, ନେତା-ମନ୍ତ୍ରୀ,ବିଧାୟକ,ସାଂସଦ ଓ କର୍ମୀମାନେ ସମସ୍ତେ ଦଳୀୟ ଉତ୍ତରୀୟ ପକାଇଥିଲେ ମଧ୍ୟ ନିଜ ଦଳର ଉତ୍ତରୀୟ ଓ ବ୍ୟାଜ୍ ପିନ୍ଧିବାବେଳେ ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିରକ୍ତି ପ୍ରକାଶ କରିଥିଲେ ।

ଦେଖନ୍ତୁ ଭିଡିଓ :-

ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ଭୋଧନ କରି କହିଥିଲେ ଯେ ବିଜେଡି ସରକାର କରିଆସୁଥିବା ଓଡ଼ିଶାର ନିରନ୍ତର ବିକାଶ ବିରୋଧି ଖୁସି ନାହାନ୍ତି । ଯେଉଁଥି ପାଇଁ ସେମାନେ ଲୋକଙ୍କୁ ଭୁଲ ଖବର ଦେଉଛନ୍ତି । ନିର୍ବାଚନ ଆସିଲେ ସେମାନେ ସବୁବେଳେ ଏମିତି କାମ କରିଥାନ୍ତି । ତେଣୁ ଜନତା ସେମାଙ୍କୁ ସବୁବେଳେ ପ୍ରତ୍ୟାଖାନ କରି ଆସୁଛନ୍ତି । ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକେ ଠିକ ବୁଝିଛନ୍ତି । ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର ବିକାଶ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ଲୋକେ ସେମାନଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।