ଫିଟୁଛି ସୁନିତା ପରିଡ଼ା ମର୍ଡର ମିଷ୍ଟ୍ରି! ସ୍ତ୍ରୀକୁ ବଳାତ୍କାର କରି ହତ୍ୟା କରିବାକୁ ସ୍ୱାମୀ ଦେଇଥିଲା ସୁପାରି, ଜାଣନ୍ତୁ ପୁରା ଘଟଣା

କେନ୍ଦୁଝର ଜିଲ୍ଲା ସୁନିତା ପରିଡ଼ା ମୃତ୍ୟୁ ମାମଲାରେ ଖୋଳୁଛି ନୂଆ ନୂଆ ତଥ୍ୟ । ପୂର୍ବରୁ ସୁନିତାଙ୍କ ସ୍ଵାମୀ ଉପରେ ପୋଲିସର ସନ୍ଦେହ ରହିଥିବା ବେଳେ ସେ ହିଁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ଅଭିଯୁକ୍ତ ସ୍ୱାମୀ ସୁରେଶ ପରିଡ଼ା ଫେରାର ରହିଥିବା ବେଳେ ପୋଲିସ ତାଙ୍କୁ ଖୋଜିବାରେ ଲାଗିପଡିଛି ।

ମିଳିଥିବା ସୂଚନା ଅନୁଯାଇ ସୁରେଶ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ତଥାପି ସୁନିତାଙ୍କ ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା । ବିବାହ ସମୟରେ ସୁରେଶ ୫ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିବା ବେଳେ ସୁନିତାଙ୍କ ପରିବାର ୧.୫ ଲକ୍ଷ ଟଙ୍କା ଦେଇ ପାରିଥିଲେ ।

ଯେଉଁଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ସୁରେଶ ସୁନିତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୁରେଶ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ସୁପାରି ଦେଇଥିବା କୁହାଯାଉଅଛି ।

ଆହୁରି ପଢନ୍ତୁ :- ଘାରିଲା ରିଲସ୍ ବନାଇବା ନିଶା, ଖୁବ୍‌ ଭାଇରାଲ ହେବାରେ ଲାଗିଛି ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ

କେବଳ ଯେ ହତ୍ୟା ତାହା ନୁହେଁ ବରଂ ସୁନିତାଙ୍କୁ ବଳାତ୍କାର କରି ହତ୍ୟା କରିବାକୁ ମିଳିଥିଲା ଅର୍ଡର । ଯାହାପରେ ହତ୍ୟାକାରୀ ମାନେ ସୁନିତାଙ୍କୁ ବଳାତ୍କାର କରି ହତ୍ୟା କରିବା ପରେ ମୁଣ୍ଡ ବିହୀନ ଶବକୁ ନଦୀରେ ଭସାଇ ଦେଇଥିବା କୁହାଯାଉଅଛି ।