ପ୍ରଥମେ ପଲାସା ଟ୍ରେନକୁ ରାୟଗଡ଼ା ପାସେଞ୍ଜର ଦେଲା ଧକ୍କା, ପୁଣି ପଛରୁ ମାଡ଼ି ଆସିଲା ମାଲ୍ ଟ୍ରେନ୍, ଜାଣନ୍ତୁ ଟ୍ରେନ ଦୁର୍ଘଟଣାର ପୂରା କାହାଣୀ

ଗୋଟିଏ ପରେ ଗୋଟିଏ ଟ୍ରେନ୍ ଟ୍ରାଜେଡି । ବାହାନଗା କଥା ଆଜି ବି ମନେ ପଡିଲେ ଭୟଭୀତ ହୋଇଯାଏ ମନ । ୨୦୨୩ ମସିହାରେ ଟ୍ରେନ୍ ଦୁର୍ଘଟଣାର ଲମ୍ବା ଲିଷ୍ଟ ଦେଖିବାକୁ ମିଳୁଛି । କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ଟ୍ରାକ୍ ଉପରେ ବିଶାଖାପଟନମ୍ ରାୟଗଡ଼ା ଯାତ୍ରୀବାହୀ ଟ୍ରେନ୍ ଛିଡ଼ା ହୋଇଥିଲା । ଏହି ସମୟରେ ପାଲାସା ଏକ୍ସପ୍ରେସ୍ ମାଲବାହୀ ଟ୍ରେନ ଟ୍ରାକରେ ପଛରୁ ଆସି ଯାତ୍ରୀବାହୀ ଟ୍ରେନ୍ କୁ ଧକ୍କା ଦେଇଛି । ଧକ୍କା ହେବା ପରେ ଯାତ୍ରୀବାହୀ ଟ୍ରେନର ୩ ଟି ବଗି ଲାଇନଚ୍ୟୁତ ହୋଇଥିଲା । ଯାତ୍ରୀବାହୀ ଟ୍ରେନ୍ ର ଗୋଟିଏ ବଗି ବହୁତ କ୍ଷତିଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି ।

ଏକ କେବୁଲ୍ କଟି ଯାଇଥିବାରୁ ରାୟଗଡ଼ା ଯାତ୍ରୀବାହୀ ଟ୍ରେନ୍ ଟି ଛିଡ଼ା ହୋଇଥିଲା । ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣା ମଧ୍ୟ ଠିକ୍ ଏହି ଭଳି ହୋଇଥିଲା । ପୁଣି ସେହି ପୁରୁଣା ଭୁଲର ପୁନରାବୃତ୍ତି ହୋଇଛି ।

ଆହୁରି ପଢନ୍ତୁ :- ଭୁବନେଶ୍ବରରେ ହୋମ୍ ଡେଲିଭରୀ ହେଉଛନ୍ତି ଝିଅ! ଅନଲାଇନରେ ଅର୍ଡର୍ ରାତିକ ୬ ହଜାର ଟଙ୍କା, ଜାଣନ୍ତୁ ପୁରା ଖବର

ଏ ନେଇ ରେଲୱେ ମ୍ୟାନେଜର କହିଛନ୍ତି ଯେ , ଦୁର୍ଘଟଣା ବିଷୟରେ ଯାଞ୍ଚ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ୍ କୁ ଦିଆ ଯାଇଛି ।

ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ୬ ମୃତ୍ୟୁ ଓ ୨୬ ଜଣ ଆହତ ହୋଇଥିବାର ଜଣା ପଡିଛି । ଯାତ୍ରୀବାହୀ ଟ୍ରେନ୍ ର ୩ ଟି ବଗିରେ ଅଧିକ କ୍ଷୟ କ୍ଷତି ହୋଇଛି । ଏ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ ଜାରି ରହିଛି ।