କୋହଲିଙ୍କୁ କିଣିବା ପାଇଁ ଅମ୍ବାନୀଙ୍କ ପାଖେ ଟଙ୍କା ନାହିଁ, ଅମ୍ବାନୀଙ୍କ ଗର୍ବ ଭାଙ୍ଗିଦେଲେ ବିରାଟ, ଜାଣନ୍ତୁ ପୁରା ଖବର

ନିକଟରେ ଶେଷ ହୋଇଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବାହାଘର । ଅମ୍ବାନୀ ପରିବାରର ଏହି ବାହାଘର ବୋଧେ ହୁଏ ସମସ୍ତଙ୍କୁ ଚମକାଇ ଦେଇଛି । ବିଶ୍ବରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି ଏହି ବାହାଘର । 

ଦୀର୍ଘ ୫ ମାସର ପ୍ରି ୱେଡ଼ିଂ ପରେ ବାହାଘର ଆଉ ପୁଣି ଶୁଭ ଆଶୀର୍ବାଦ ଉତ୍ସବ । ତେବେ ଏହି ପ୍ରି ୱେଡ଼ିଂ ଠାରୁ ଆରମ୍ଭ କରି ବାହାଘର ଏବଂ ଶୁଭ ଆଶୀର୍ବାଦ ଉତ୍ସବରେ ଆପଣ କଳାକାର ଠାରୁ ଆରମ୍ଭ କରି ସିଙ୍ଗର, କ୍ରିକେଟର, ବିଜନେସ ମ୍ୟାନ, ରାଜନେତା ଆଦି ସମସ୍ତ ନାମିଦାମୀ ବ୍ୟକ୍ତିଙ୍କୁ ଦେଖିଥିବେ ।

କେବଳ ଜାତୀୟ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରର ବହୁ ନାମୀଦାମୀ ବ୍ୟକ୍ତି ମଧ୍ୟ ଏଥିରେ ଯୋଗ ଦେବାର ଆପଣ ଦେଖିଥିବେ । ଏପରିକି ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଉତ୍ସବରେ ସାମିଲ ଥିଲେ ।

କିନ୍ତୁ ଏଠାରେ ପ୍ରଶ୍ନ ଉଠେଇ ଏତେ ସବୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ମଧ୍ୟ କାହିଁକି ବିରାଟ ଏବଂ ଅନୁଷ୍କା ଏଠାକୁ ଆସି ନଥିଲେ ? ବିବାହରେ ଯୋଗ ଦେବା ବଦଳରେ ସେ କାହିଁକି ଲଣ୍ଡନ ଚାଲି ଯାଇଥିଲେ ?

ଏହାକୁ ଦେଖି ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଦେଖିବାକୁ ମିଳିଛି । କେହି କେହି ତ କହୁଛନ୍ତି କି, ବିରାଟଙ୍କୁ କିଣିବା ପାଇଁ ବୋଧ ହୁଏ ଅମ୍ବାନୀଙ୍କ ପାଖରେ ପଇସା ନାହିଁ !