​​​ସେଲ୍ଫି ନେଇଗଲା ଜୀବନ, ମାଆ ଆଗରେ ଚାଲିଗଲା ପୁଅର ଜୀବନ, ଜାଣନ୍ତୁ ପୁରା ଘଟଣା

ସେଲ୍ଫି ନେଇଗଲା ଜୀବନ ! ମାଆ ଆଗରେ ଚାଲିଗଲା ତାର ଯବାନ ପୁଅ ! ତେବେ ଅନେକ ସମୟରେ ଆପଣ ଏଭଳି ଖବର ନିଶ୍ଚିତ ଶୁଣିଥିବେ । ସେଲ୍ଫି ନେବା ସମୟରେ ହେଉ କି ସେ ରିଲ୍ସ ବନାଇବା ସମୟରେ ଟିକେ ଅସାବଧାନ ହୋଇ ଲୋକମାନେ ନିଜର ଜୀବନ ହରାଇ ଥିବାର ଭିଡ଼ିଓ ମଧ୍ୟ ଆପଣ ହୁଏ ତ ଦେଖିଥିବେ । 

ତେବେ ଠିକ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଘଟଣା ଅନୁସାରେ ଚାରି ଜଣ ସାଙ୍ଗ ଅନୁଗୁଳ ଜିଲ୍ଲା ବୁଲଙ୍ଗ ଜଳଭଣ୍ଡାର ପାଖକୁ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ସେଠାର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ।

ପରେ ସେମାନେ ସାଙ୍ଗ ହୋଇ ବୁଲଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ଯେଉଁଠାରେ ଘଟି ଯାଇଥିଲା କିଛି ଏଭଳି । ଯାହା ଶୁଣିଲେ ହୁଏ ତ ଆପଣଙ୍କ ଆଖିରେ ବି ଲୁହ ରହି ନପାରେ । 

ପରେ ଏକ ଡଙ୍ଗାରେ ସମସ୍ତେ ସାଙ୍ଗ ହୋଇ ଜଳଭଣ୍ଡାର ଭିତରକୁ ଯାଇଥିଲେ । ଧୀରେ ଧୀରେ ଡଙ୍ଗାଟି ଗଭୀର ଜଳ ଆଡ଼କୁ ଆଗେଇ ଚାଲିଥାଏ । ଯୁବକ ଚାରି ଜଣ ଖୁସିରେ କିଛି ସମୟ ଡଙ୍ଗା ମଧ୍ୟରେ ଭିଡ଼ିଓ କରିବା ସହ ସେଲ୍ଫି ମଧ୍ୟ ନେଇଥିଲେ । ଠିକ୍ ଏହି ସମୟରେ ଡଙ୍ଗା ଟି ବୁଡି ଯାଇଥିଲା । 

ଚାରି ଜଣ ଯୁବକ ମଧ୍ୟ ପାଣିରେ ବୁଡି ଯାଇଥିଲେ । କିନ୍ତୁ ତିନି ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଆଉ ଏକ ଯୁବକ ଆସି ନଥିଲେ । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଦମକଳକୁ ମଧ୍ୟ ଡ଼କାଇଥିଲେ । ଦମକଳ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଗଭୀର ପାଣିରେ ଖୋଜିବା ପରେ ଯୁବକ ଜଣଙ୍କ ମୃତ ଦେହ ପାଇଥିଲା ।

ସୂଚନା ଅନୁସାରେ, ମୃତ ଯୁବକ ଜଣକ ଗୋତମରା ଗାଁର ପାର୍ଥ ସାରଥୀ ଗୋଛାୟତ । ପାର୍ଥ ସାରଥି ଆସିଷ୍ଟାଣ୍ଟ ଲୋକ ପାଇଲଟ ଭାବରେ କାମ କରୁଥିବାର ଜଣା ପଡିଛି ।