ମଣିଷ ଜୀବନରେ ସମସ୍ତେ ଥରେ ଥରେ କାହାକୁ ପ୍ରେମ କରିଥାନ୍ତି। ସେହି ପ୍ରେମକୁ ସାକାର କରିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି। ହେଲେ କାହାର ପ୍ରେମ ବିବାହ ବନ୍ଧନ ଯାଏଁ ଯାଇଥାଏ ତ କାହାର ଅଧା ରାସ୍ତାରେ ହିଁ ଅଲଗା ହୋଇଯାଇଥାଏ। ଏହିପରି ଏକ ପ୍ରେମ କାହାଣୀ ସମ୍ନାକୁ ଆସିଛି।
ଦୀର୍ଘ ୬୦ବର୍ଷର ପ୍ରେମ କରିବା ପରେ ସମ୍ପର୍କ ସଫଳ ହୋଇଛି। ଆଫ୍ରିକୀୟ ରାଷ୍ଟ୍ର କେନିଆର ମୁକୁରୱିନି ସହରରେ ଇବ୍ରାହିମ ଏମବୋଗୋ ନାମକ ଜଣକ ବୃଦ୍ଧ ଗତ ରବିବାର ସ୍ଥାନୀୟ ଚର୍ଚ୍ଚରେ ବାନ୍ଧବୀ ତାବିଥା ୱାଙ୍ଗୁଇଙ୍କୁ ବିବାହ କରିଛନ୍ତି। ତାଙ୍କ ବୟସ ୯୫ ବର୍ଷୀୟ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ବୟସ ୯୦ବର୍ଷ ହେବ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇବ୍ରାହିମ କହିଛନ୍ତି ଯେ ୧୯୬୦ରେ ସେମାନେ ପରସ୍ପରକୁ ଭେଟିଥିଲେ। ସେହିଦିନଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ହେଲେ କୌଣସି କାରଣ ବଶତଃ ସେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ତେବେ ପରିଣତ ବୟସରେ ବିବାହ କରି ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିବାକୁ ସେମାନେ ପାରମ୍ପରିକ ରୀତିରେ ବିବାହ କରିଥିବା ଇବ୍ରାହିମ୍ କହିଛନ୍ତି।