ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣାରେ ଜଣେ 21 ବର୍ଷର ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଅପହରଣ କରି ପ୍ରାୟ 650 କିଲୋମିଟର ଦୂରରେ ଏକ କାରରେ ନେଇ ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ରେଞ୍ଜରେ ଜୀବନ୍ତ ପୋତି ଦେଇଥିଲେ । କୋର୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଷ୍ଟ୍ରେଲିଆରେ ନର୍ସିଂ ପଢୁଥିବା ଭାରତୀୟ ମୂଳ ପୀଡିତା ଜସ୍ମିନ୍ କୌର (21) ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଯୁବକ ମଧ୍ୟ ଭାରତର ମୂଳ ବାସିନ୍ଦା ।
ଜସମିନଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ତାରିକଜୋତ ସିଂହ ଅପହରଣ କରି ଜୀବନ୍ତ କବର ଦେଇଥିଲେ । ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ଘଟଣା ଘଟିଥିଲା । ଏହାର ଏକ ମାସ ପୂର୍ବରୁ, କୌର ତାଙ୍କୁ ଅଟକାଇବା ପାଇଁ ତାରିକଜୋତ ସିଂଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଥିଲେ । ବୁଧବାର (ଜୁଲାଇ 5) ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମାର୍ଚ୍ଚ 5, 2021 ରେ କୌରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଅପହରଣ କରାଯାଇଥିଲା । ସିଂ ଜଣେ ବନ୍ଧୁଙ୍କଠାରୁ ଧାର ନେଇଥିବା କାର୍ର ବୁଟ୍ରେ କୌରଙ୍କୁ କେବୁଲ୍ ରେ ବାନ୍ଧି ସେ ୬୫୦ କିଲୋମିଟରକୁ ଅଧିକ ଯାତ୍ରା କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ସିଂ କୌରଙ୍କ ଗଳାର ‘ଉପର’ ଅଂଶକୁ କାଟିଥିଲେ, କିନ୍ତୁ ଏହା ଏତେ ଗଭୀର ନଥିଲା ଯେ ସେଥିରେ କୌରଙ୍କର ମୃତ୍ୟୁ ହୋଇଥାନ୍ତା । ତେଣୁ, ପରେ ତାଙ୍କୁ ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟର ଦୁର୍ଗମ ଫ୍ଲିଣ୍ଡର୍ସ ରେଞ୍ଜରେ ଥିବା ଏକ ଗଭୀର କବରରେ ଜୀବନ୍ତ ପୋତି କବର ଦେଇ ଦେଇଥିଲେ ଅଭିଯୁକ୍ତ ତାରିକ୍ଜୋତ ସିଂହ । ତେବେ ଏହି ଆଘାତ ପରେ ଏବଂ କବରରେ ରଖାଯିବା ପରେ ମଧ୍ୟ ସେ ତୁରନ୍ତ ମରିନଥିଲେ ଏବଂ ମାର୍ଚ୍ଚ 6 ରେ ମୃତ୍ୟୁ ପୂର୍ବରୁ ସେ ତାଙ୍କ ଆଖପାଖ ବିଷୟରେ ଜାଣିଥିଲେ । ସିଂ ହତ୍ୟାକାଣ୍ଡର ଅପରାଧ ସ୍ୱୀକାର କରିଛନ୍ତି, କିନ୍ତୁ ବୁଧବାର କୋର୍ଟରେ ଦଣ୍ଡାଦେଶ ଶୁଣାଇବା ସମୟରେ ତାଙ୍କ ଅପରାଧର ଭୟାନକ ବିବରଣୀ ସାମ୍ନାକୁ ଆସିଛି ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ଆସୁଛି ଓଡିଶା କୁ ଆଉ ଏକ ମହାବାତ୍ୟା ଯାହା ଫନି ଠାରୁ ବହୁତ ବଡ ବାତ୍ୟା ହେବ…
କୋର୍ଟରେ ଦଣ୍ଡାଦେଶ ଶୁଣାଣି ବେଳେ ଏହି ଘଟଣାର ଭୟାବହ ବିବରଣୀ ସାମ୍ନାକୁ ଆସିଥିଲା । ଏହି ମାମଲାର ପରିଚାଳନା କରୁଥିବା ସରକାରୀ ଓକିଲ କାର୍ମେନ୍ ମାଟିଓ କହିଛନ୍ତି ଯେ ଜୀବନ୍ତ କବର ଦେଇ ମାରିବା ଏକ ଯନ୍ତ୍ରଣାଦାୟକ ପ୍ରକ୍ରିୟା ଯାହା କୌରଙ୍କୁ ଭୋଗିବାକୁ ପଡ଼ିଥିଲା । ମାଟିଓ କହିଛନ୍ତି, କୌରଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି, ସେଥିରେ ପ୍ରକୃତରେ ଏକ ଅସାଧାରଣ ସ୍ତରର ନିଷ୍ଠୁରତା ।