ଆପଣଙ୍କ ହାତରେ ଅଛି କି ଏଭଳି ଚିହ୍ନ, ତେବେ ଏହା ପଛର ଏହି ଖାସ୍ କଥା ଜାଣି ଖୁସି ହେବେ

ଶାସ୍ତ୍ର ଅନୁସାରେ ମନୁଷ୍ୟ ହାତର ରେଖାରେ ତାର ଭବିଷ୍ୟତ ଲେଖାଯାଇଥାଏ। ହାତର ରେଖାକୁ ଦେଖିଲେ ମନୁଷ୍ୟର ବର୍ତମାନ ଓ ଭବିଷ୍ୟତ ସହ ଜଡ଼ିତ ମହତ୍ତ୍ବପୂର୍ଣ୍ଣ କଥା ବିଷୟରେ ଜାଣିହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବଳ ହାତ ରେଖା ନୁହେଁ ବରଂ ମଥାରେ ଥିବା ରେଖା ଏବଂ ପାପୁଲି ରେଖା ମଣିଷ ଭବିଷ୍ୟତକୁ ବର୍ଣ୍ଣନା କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ରେଖା ସମ୍ପର୍କରେ କିଛି ରୋଚକ କଥା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରେଖାକୁ ‘ମଣିବନ୍ଧ ରେଖା’ କୁହାଯାଏ। ଆପଣ ଧ୍ୟାନ ଦେଇ ଦେଖିଲେ ଜାଣିପାରିବେ ଯେ, ସମସ୍ତଙ୍କ ହାତରେ ଅର୍ଥାତ୍ କଚଟିରେ ଏହି ପ୍ରକାର କିଛି ରେଖା ଥିବ। କଚଟିରେ ଥିବା ଏହି ମଣିବନ୍ଧ ରେଖା ବ୍ୟକ୍ତିର ବୟସ ସୀମା ସମ୍ପର୍କରେ କହିଥାଏ। କଚଟିରେ ଏହି ରେଖାର ସ୍ଥିତି ଅଲଗା ଅଲଗା ହୋଇ ରହିଥାଏ। ଏହି ରେଖାର ସଂଖ୍ୟା ଅତିବେଶୀରେ ୪ଟି ହେବ ଅତିକମରେ ଦେଖିଲେ ପ୍ରାୟ କିଛି ଜଣଙ୍କ ହାତରେ ଗୋଟିଏ ରେଖା ଥାଏ।

ସମୁଦ୍ର ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିର କଚଟିରେ ଏହି ରେଖାର ସଂଖ୍ୟା ୪ ହୋଇଥିବ ସେହି ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି। ଅର୍ଥାତ ଆୟୁଷ ବହୁତ ଲମ୍ବା ହୋଇଥାଏ। ଯେଉଁ ବ୍ୟକ୍ତିର କଚଟିରେ ଏହି ରେଖାର ସଂଖ୍ୟା ୩ ହୋଇଥିବା ସେମାନଙ୍କର ପ୍ରାୟତଃ ୭୦ରୁ ୭୫ ବର୍ଷ ପର୍ଯ୍ୟନ୍ତ ଆୟୁଷ ଥାଏ। ଯେଉଁ ବ୍ୟକ୍ତିର କଚଟିରେ ଏହି ରେଖାର ସଂଖ୍ୟା ୨ ହୋଇଥିବ ସେମାନଙ୍କର ପ୍ରାୟତଃ ୫୦ରୁ ୫୫ ବର୍ଷ ପର୍ଯ୍ୟନ୍ତ ଆୟୁଷ ଥାଏ। ଯେଉଁ ବ୍ୟକ୍ତିର କଚଟିରେ କେବଳ ଗୋଟିଏ ରେଖା ଥିବ ସେମାନେ କମ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି।

ସମୁଦ୍ର ଶାସ୍ତ୍ର ଅନୁସାରେ, ପୁରୁଷଙ୍କର ଡାହାଣ ହାତରେ ଏହି ରେଖା ଦେଖାଯାଇଥାଏ ଓ ମହିଳାଙ୍କର ବାମ ହାତରେ ଏହି ରେଖା ଦେଖାଯାଇଥାଏ। ଏମିତି କୁହାଯାଏ କି ଯେଉଁ ବ୍ୟକ୍ତିର କଚଟିରେ ମଣିବନ୍ଧ ରେଖା ପୁରା ସିଧା ରହିଥାଏ ଓ ଏହା ମଧ୍ୟରେ କୈାଣସି ବି ଅଙ୍କା ବଙ୍କା ବା ଅଧାରୁ ରେଖା ଭାଙ୍ଗି ଯାଇନଥିବ ସେଭଳି ବ୍ୟକ୍ତିଙ୍କ ଜୀବନରେ କୈାଣସି ପ୍ରକାର ବି ସମସ୍ୟା ଦେଖାଯାଏ ନାହିଁ। ଏହାର ବିପରୀତ ହେଉଛି ଯେଉଁ ବ୍ୟକ୍ତି କଚଟିରେ ରେଖାଟି ଅଙ୍କା ବଙ୍କା ହୋଇ ଥିବ ସେମାନଙ୍କ ଜୀବନ ବହୁତ ସଂଘର୍ଷମୟ ହୋଇଥାଏ।

Leave a Comment