ମହିଳାଙ୍କୁ ବ୍ଲାକ ମେଲ୍ କରି ଖରାପ ସଂପର୍କ ରଖୁଥିଲେ ପୂର୍ବତନ ପୁଲିସ ଅଧିକାରୀ, ଏବେ ଧରିପକାଇଲେ‌ ଲୋକେ

ରକ୍ଷକ ହେଲା ଭକ୍ଷକ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରୁ ନଜରକୁ ଆସିଛି ଏକ ଭୟଙ୍କର ଘଟଣା । ଏହି ଥାନାର ପ୍ରାକ୍ତନ OAPF ପୁଲିସ ଅଧିକାରୀ ସନ୍ତୋଷ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଅନ୍ତରଙ୍ଗ ସମୟର ଭିଡିଓଙ୍କୁ କରିଦେଇଥିଲେ ଭାଇରାଲ୍ ।

ଏହାପରେ ମଧ୍ୟ ସେ ଉକ୍ତ ମହିଳାଙ୍କ ଘରେ ପଶି ବିଭିନ୍ନ ପ୍ରକାରର ଧମକ ଦେଇ ପୁଣିଥରେ ଦୁଷ୍କର୍ମ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେବା ପରେ ପୁଲିସରେ ଜିମା ଦେଇଛନ୍ତି ।

ଅନ୍ୟପଟେ ମହିଳାଙ୍କ ଏତଲା ପରେ ବେଲଘର ପୁଲିସ କେସ୍ ନମ୍ବର 59 ରେ ମାମଲା ରୁଜୁ କରିଥିବା ବେଳେ ବାଲିଗୁଡ଼ା ଇନ୍ସପେକ୍ଟର ସୁଶାନ୍ତ ସାହୁ ଅଭିଯୋଗର ତଦନ୍ତ ଭାରକୁ ଗ୍ରହଣ କରିଛନ୍ତି ।

ଆହୁରି ପଢନ୍ତୁ :- ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ କାଟି ଦେଲା ଗର୍ଲଫ୍ରେଣ୍ଡ, ଜାଣନ୍ତୁ ପୁରା ଘଟଣା କଣ ଥିଲା

ସନ୍ତୋଷ ଆହତ ଅବସ୍ଥାରେ ତୁମୁଡ଼ିବନ୍ଧ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମୟରେ ସେଠାରୁ ଫେରାର ହୋଇଯାଇଥିଲେ । ଦୀର୍ଘ 7 ଘଣ୍ଟା ପରେ ସିର୍ଲା ପଞ୍ଚାୟତର ବିରିମିଲା ଗାଁରୁ ପୁଲିସ ତାଙ୍କୁ ଧରିଥିଲା । ଏନେଇ ଆଉ ଏକ ମାମଲା ତାଙ୍କ ବିରୁଦ୍ଧରେ ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।