ବର-କନ୍ୟା ବସିଥିଲେ ବେଦି ଉପରେ, ପ୍ରେମିକ ଆସି କଲେ ଏମିତି କାମ ସମସ୍ତଙ୍କ ଉଡ଼ିଗଲା ହୋସ।

ବିବାହ, ପ୍ରେମ-ପ୍ରେମିକା ର ସମ୍ପର୍କ କୁ ନେଇ ଅନେକ ଘଟଣା ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି। ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଦ୍ବଂଦରେ ପକାଇଛି।

ଘଟଣାଟି ଏକ ବିବାହ ସମାରୋହର। ଷ୍ଟେଜ୍‌ ଉପରେ ବର-କନ୍ୟା ବସିଛନ୍ତି । ବରଙ୍କ ବୟସ ଅଧିକ ଥିବାବେଳେ କନ୍ୟାଙ୍କ ବୟସ କମ। ଉଭୟ ଷ୍ଟେଜ୍‌ ଉପରେ ବସିଥିବା ସମୟରେ ଏପରି କିଛି ଘଟଣା ଘଟିଛି, ଯାହା ଅନ୍ୟ ମାନେ କଳ୍ପନା ମଧ୍ୟ କରି ନଥିବେ ।

ବର ଜଣକ ଅନ୍ୟ ଜଣଙ୍କ ସହ କଥାବାର୍ତ୍ତାରେ ବ୍ୟସ୍ତ ରହିଥିବା ବେଳେ ଷ୍ଟେଜ୍‌ ଉପରକୁ କନ୍ୟାଙ୍କ ପୁରୁଷ ବନ୍ଧୁ ଆସି ତାଙ୍କ ମଥାରେ ହଠାତ୍‌ ୫ ଥର ସିନ୍ଦୂର ପିନ୍ଧାଇଦେଲେ। ଏବଂ ସେଠାରୁ କନ୍ୟାକୁ ଧରି ଫେରାର ହୋଇ ଯାଇଛନ୍ତି।