ପୁଅର ବାହାଘର ପାଇଁ ଆସି ସମୁଦୁଣୀ ସହ ହେଲା ସମୁଦୀଙ୍କ ପ୍ରେମ, ଦୁହେଁ ହୋଇଗଲେ ଫେରାର୍, ଜାଣନ୍ତୁ ପୁରା ଘଟଣା

ସମୁଦୁଣୀକୁ ନେଇ ସମୁଦୀ ଫେରାର ! ଆଜ୍ଞା ହଁ । କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କା ଜିଲ୍ଲାରେ । ଏହି ଘଟଣାଟି ସେହି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । 

ସୂଚନା ଅନୁସାରେ, ସମୁଦୀ ଜଣକଙ୍କ ନାମ ହେଉଛି ଶକିଲ । ଯେ କି ଜଣେ ରିକ୍ସା ଚାଳକ ଅଟନ୍ତି । ତାଙ୍କର ମୋଟ ୧୦ଟି ପିଲା ରହିଛି । ସମୁଦୁଣୀ ଅର୍ଥାତ୍ ମହିଳା ଜଣଙ୍କର ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କର ୬ଟି ପିଲା ରହିଛି ।

ଘଟଣା ଅନୁଯାୟୀ, ଶକିଲ ଥରେ ତାଙ୍କ ପୁଅ ପାଇଁ ତାଙ୍କର ଏକ ବନ୍ଧୁଙ୍କ ଝିଅର ପ୍ରସ୍ତାବ ପକାଇଥିଲେ । ତେବେ ଏହି ଠାରୁ ହିଁ ଦେଖା ହୋଇଥିଲା ଶକିଲଙ୍କ ସହ ମହିଳା ଜଣଙ୍କର । ମହିଳା ଜଣକ ଝିଅଟିର ମାଆ ଥିଲେ । 

ଏହି ବିଭାଘରକୁ ନେଇ ସମସ୍ତେ ରାଜିଥିଲେ । କିନ୍ତୁ ଶକିଲ୍ ଓ ମହିଳା ଜଣକଙ୍କ ଭିତରେ ଚାଲିଥିଲା ଆଉ କିଛି । ପ୍ରଥମେ ଦେଖା ଆଉ ତା ପରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । 

ଜୁନ ୧୭ ତାରିଖରେ ଶକିଲଙ୍କ ପୁଅ ସହ ଝିଅଟିର ବିବାହ ଠିକ୍ ହୋଇଥିଲା । କିନ୍ତୁ ବିବାହ ପୂର୍ବରୁ ଶକିଲ ଏବଂ ମହିଳା ଜଣଙ୍କର ପ୍ରେମ ସମ୍ପର୍କ ଏତେ ବଢ଼ିଗଲା ଯେ ଦୁହେଁ ୩ ତାରିଖରେ ଫେରାର ହୋଇଗଲେ । 

ଘଟଣାଟି ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପରେ ମହିଳା ଜଣକଙ୍କର ସ୍ଵାମୀ ଏହି ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଅଧିକାରୀଙ୍କର ପ୍ରତିକ୍ରିୟା ଅନୁସାରେ ସେ ଏହାର ତଦନ୍ତ ଜାରି ରଖିଛନ୍ତି ।