ପ୍ରେମିକକୁ ପସନ୍ଦ ନଥିଲା ପିଲା, ପ୍ରେମିକ ପାଇଁ ‘କ୍ରାଇମ୍ ପେଟ୍ରୋଲ’ ଦେଖି ଷଡ଼ଯନ୍ତ୍ର ରଚି ଝିଅକୁ ହତ୍ୟା କଲା ମା, ଜାଣନ୍ତୁ ପୁରା ଘଟଣା

କ୍ରାଇମ୍ ପେଟ୍ରୋଲ ଦେଖି ନିଜ ତିନି ବର୍ଷର ଝିଅର ହତ୍ୟା କଲା ମାଆ ! ହତ୍ୟା କରି ମୃତ ଶରୀରକୁ ସୁଟକେସରେ ପୁରାଇ ଫିଙ୍ଗି ଦେଲା ମାଆ । ତେବେ ୟାକୁ ମାଆ କୁହାଯିବ ନା ରାକ୍ଷସୀ । ପିଲାଟିଏ ପାଈଁ ତା ମାଆ ତାର ସୁରକ୍ଷା କବଚ ସାଜୁଥିବା ବେଳେ ଏଠି ଏକ ମାଆ ହିଁ ନେଇଛି ତା ପିଲାର ଜୀବନ । 

ମାଆ ଏକ ଛୋଟ ଶବ୍ଦ ହୋଇଥିଲେ ବି ଏହି ଶବ୍ଦର କୌଣସି କଳ୍ପନା ନାହିଁ । କିନ୍ତୁ ବିହାରର ଏହି ଘଟଣା ମାଆ ନାଆଁ ରେ ଲଗାଇ ଦେଇଛି କଳଙ୍କ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ମୂଜଫରପୂର୍ ଜିଲ୍ଲାରେ । ତେବେ ଗତ ଅଗଷ୍ଟ ମାସ ୨୪ ତାରିଖରେ ଏହି ଜିଲ୍ଲାର ମିଠାପୂର୍ ଥାନା ଅନ୍ତର୍ଗତ ରାମାବାଗ ଅଞ୍ଚଳରୁ ଏକ କୁନି ଝିଅର ମୃତ ଦେହ ଉଦ୍ଧାର କରିଥିଲା ।

ପରେ ପୋଲିସ୍ ଅନୁସନ୍ଧାନରୁ ଜଣା ପଡିଥିଲା କି ମୃତ ଝିଅଟି ସେହି ଅଞ୍ଚଳର ମନୋଜ କୁମାରଙ୍କ ଝିଅ ବୋଲି । ଯାହା ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍ ର ଝିଅଟିର ମାଆ ଉପରେ ସନ୍ଦେହ ହୋଇଥିଲା ।

ଯେଉଁଥି ପାଇଁ ସେ ମାଆକୁ ନେଇ ପଚରା ଉଚରା ଆରମ୍ଭ କରିଥିଲା । ପ୍ରଥମେ ତ ଝିଅଟିର ମାଆ ପୋଲିସ୍ କୁ ମିଛ ସତ କହିଥିଲା । କିନ୍ତୁ ପରେ ସେ ସବୁ ସତ ମାନିଥିଲା । ସେ ଏକାକୀ ଏଭଳି କାଣ୍ଡ ଘଟାଇଛି ବୋଲି ପୋଲିସ ଆଗରେ କହିଥିଲା ।

ତାର ବୟାନ ଅନୁଯାୟୀ , ସେ ଆଉ ଜଣଙ୍କୁ ଭଲ ପାଉଥିଲା । ଏବଂ ସେହି ପ୍ରେମିକ ସହ ରହିବାକୁ ଚାହୁଁଥିଲା । କିନ୍ତୁ ସେ ତା ଝିଅକୁ ମଧ୍ୟ ନିଜ ସହ ନେବାକୁ ଚାହୁଁଥିଲା । କିନ୍ତୁ ପ୍ରେମିକ ଜଣକ ରାଜି ନ ହେବାରୁ ସେ କ୍ରାଇମ୍ ପେଟ୍ରୋଲ ଦେଖି ତା ଝିଅର ଗଳା କାଟି ହତ୍ୟା କରିଥିଲା । ଆଉ ପରେ ମୃତ ଦେହକୁ ଏକ ସୁଟକେସରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା ବୋଲି କହିଛି ମାଆ ।