ଦେଖନ୍ତୁ ଭିଡିଓ: ପ୍ରେମ ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢିଲେ ୩ ଛୁଆର ମା’, କହିଲେ- ମୁଁ ଉଭୟ ସ୍ୱାମୀ ଓ ପ୍ରେମିକ ସହ ରହିବି ନହେଲେ ମରିବି

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳାଙ୍କର ଅନୈତିକ ସମ୍ପର୍କ ପ୍ରକାଶ ପାଇବା ପରେ ବୈଦ୍ୟୁତିକ ପୋଲ ଉପରକୁ ଚଢିଥିଲେ । ଏହି ମହିଳାଙ୍କର ତିନୋଟି ସନ୍ତାନ ଅଛନ୍ତି ଏବଂ ଗତ ସାତ ବର୍ଷ ଧରି ତାଙ୍କର ପ୍ରେମ ସମ୍ପର୍କ ଥିଲା । ତାଙ୍କ ସ୍ୱାମୀ ଏହା ଜାଣିବା ମାତ୍ରେ ସେ ବିରୋଧ କରିବାକୁ ଲାଗିଲେ । ଏହା ପରେ ମହିଳା ଆତ୍ମହତ୍ୟା କରିବାକୁ ଧମକ ଦେବା ଆରମ୍ଭ କରିଥିଲେ ।

ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଡୋଶୀ ଗାଁର ଜଣେ ଯୁବକଙ୍କ ସହ ତାଙ୍କ ଅନୈତିକ ସମ୍ପର୍କକୁ ତାଙ୍କ ସ୍ୱାମୀ ନାପସନ୍ଦ କରିବା ପରେ ମହିଳା ଜଣକ ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏକ ମାସ ପୂର୍ବରୁ ସେ ଏକ କୋଠାର 5ମ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହାପୂର୍ବରୁ ମହିଳା ଜଣଙ୍କ ମଧ୍ୟ ଟ୍ରେନ୍‌ ଟ୍ରାକରେ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ ।

ଏହି ଘଟଣା ପରେ, ନିକଟରେ ମହିଳା ଉଚ୍ଚ-ଟେନସନ୍ ଇଲେକ୍ଟ୍ରିକ୍ ତାରରେ ବନ୍ଧା ହୋଇଥିବା ଏକ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢିଥିବାର ଦେଖବାକୁ ମିଳିଥିଲା । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭିଡ଼ିଓ଼ରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ସୁରକ୍ଷିତ ଭାବରେ ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଖବର ଅନୁଯାୟୀ ସ୍ୱାମୀ, ସ୍ତ୍ରୀ ଓ ପ୍ରେମିକ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ପୋଲିସ ମଧ୍ୟ ଚେଷ୍ଟା କରୁଛି ।

ଦେଖନ୍ତୁ ଭିଡିଓ :-

ତାଙ୍କ ପତ୍ନୀଙ୍କ ସମସ୍ୟା ସମ୍ପର୍କରେ ସ୍ୱାମୀ ପୋଲିସକୁ ସୂଚନା ଦେଇ କହିଥିଲେ ଯେ ମହିଳା ଜଣକ ତାଙ୍କ ପ୍ରେମିକ ସହ ରହିବାକୁ ଚାହୁଁଛନ୍ତି । କିନ୍ତୁ ପାରିବାରିକ କାରଣରୁ ସେ ତାଙ୍କ ସ୍ୱାମୀକୁ ମଧ୍ୟ ଛାଡିବାକୁ ଚାହାଁନ୍ତି ନାହିଁ, କାରଣ ସେ ତିନିଟି ସନ୍ତାନର ମା’ । ତାଙ୍କ ପିଲାଙ୍କୁ ଛାଡ଼ି ଯିବାକୁ ଚାହୁଁ ନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ଉଭୟ ସ୍ୱମୀ ଓ ପ୍ରେମିକ ସହ ରହିବାକୁ ଦାବି କରୁଛନ୍ତି । କିନ୍ତୁ ସ୍ୱାମୀ ମନା କରିବାରୁ ସେ ରାଗିଯାଇ ଏକ ବୈଦ୍ୟୁତିକ ପୋଲ ଉପରକୁ ଚଢି ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କଲେ ।

ମହିଳା ଜଣକ ବୈଦ୍ୟୁତିକ ପୋଲ ଉପରକୁ ଚଢିଯାଇଥିବା ସୂଚନା ପାଇବା ମାତ୍ରେ ପୋଲିସ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଶୀଘ୍ର ଶାନ୍ତ କରି ତଳକୁ ଓହ୍ଲାଇଥିଲେ । ବର୍ତ୍ତମାନ ମହିଳା ଜଣକ ସୁରକ୍ଷିତ ଅଛନ୍ତି ।