ଯୌତୁକ ନଦେବାରୁ ନବବଧୂ କୁ ଅତି ଭୟାନକ ଭାବରେ ମାରିଦେଲେ, ଆଉ ତାପରେ ମଶାଣିରେ ନେଇ ପୋଡିଦେଲେ।

ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗ ପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ। 

ଭୀଷ୍ମଗିରି ଗ୍ରାମ ମହାମାୟୀ ଅଞ୍ଚଳର ରମେଶଙ୍କ ପୁଅ ଜିତେନ୍ଦ୍ର ସେହି ଗ୍ରାମର ଶିବରାମ ସାହୁଙ୍କ ନାବାଳିକା ଝିଅ ନନ୍ଦିନୀଙ୍କୁ ନେଇ ଗ୍ରାମରୁ ଫେରାର ହେବା ପରେ କିଛି ଦିନ ପରେ ଗ୍ରାମକୁ ଫେରି ବିବାହ କରିଥିଲେ। ନବବଧୂ ବେସରେ ଶାଶୁଘରକୁ ଆସିଥିଲେ। ସବୁକିଛି ଠିକଠାକ ମଧ୍ୟ ଚାଲିଥିଲା। 

ସୂଚନାଅନୁସାରେ ଗତ ଶନିବାର ଦିନ ନନ୍ଦିନୀଙ୍କୁ ବାପ ଘରୁ ଯୌତୁକ ଆଣିବା ପାଇଁ ସ୍ବାମୀ ଓ ଶଶୁରଘର ଲୋକେ ବାଧ୍ୟ କରିଥିଲେ। ନନ୍ଦିନୀ ନିଜର ଅକ୍ଷମତା ପ୍ରକାଶ କରିବାରୁ ସମସ୍ତେ ଉତ୍ତେଜିତ ହୋଇ ତାଙ୍କୁ ଗଳା ଚିପି ହ-ତ୍ୟା କରିବା ପରେ ପୋଡ଼ି ଦେଇଥିଲେ। ଯାହାକୁ ଗ୍ରାମବାସୀ ଓ ନନ୍ଦିନୀଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ଏନେଇ ନନ୍ଦିନୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। 

ସୋମବାର ଦିନ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଶ୍ମଶାନରେ ପହଞ୍ଚି ମୃ-ତ-କଙ୍କ ହାଡ ଓ ପାଉଁଶ ଜବତ କରିଥିଲେ। ଏପରିକି ପୋଲିସ ସ୍ବାମୀ ଓ ଶଶୁରକୁ ଜେରା କରିବା ପରେ ନାବାଳିକା ବୋହୂ ନନ୍ଦିନୀଙ୍କୁ ହ-ତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅଭିଯୁକ୍ତଙ୍କୁ ବ୍ରହ୍ମପୁର କୋର୍ଟକୁ ଚାଲାଣ କରାଯିବା ପରେ ଜାମିନ ଖାରଜ ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠେଇ ଦିଆଯାଇଥିବା ଥାନା ଆଇଏସି ବାବାଶଙ୍କର ସୂଚନା ଦେଇଛନ୍ତି।