ଆସୁଛି ନାଗପଞ୍ଚମୀ! ଏଥର ୪ ଏହି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ, ମିଳିବ ଭୋଳାନାଥଙ୍କ ଅର୍ଶୀବାଦ

ହିନ୍ଦୁ ଶାସ୍ତ୍ର ଅନୁଯାଇ ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଳ ପଞ୍ଚାମି ତିଥିରେ ପାଳନ କରାଯାଇଥାଏ ନାଗ ପଞ୍ଚମୀ। ମହାଦେବ ନାଗଙ୍କୁ ବେକରେ ଅଳଙ୍କାର ଭାବରେ ପରିଧାନ କରୁଥିବା ବେଳେ ଏହି ଦିନ ତାଙ୍କୁ ପୂଜା କରିବାର ନିୟମ ରହିଛି। ଏହା ବ୍ୟତୀତ ନାଗପଞ୍ଚମୀରେ ନାଗ ଦେବତାଙ୍କୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି। ଚଳିତବର୍ଷ ଅଗଷ୍ଟ ୨୧ ତାରିଖରେ ନାଗପଞ୍ଚମୀ ପଡୁଥିବା ବେଳେ ଚାରୋଟି ରାଶି ଏହାଦ୍ୱାରା ଲାଭାନ୍ବିତ ହେବେ ବୋଲି ଆଶା କରାଯାଉଛି।

୧. ନାଗ ପଞ୍ଚମୀର ପ୍ରଭାବ ହେତୁ ଧନୁ ରାଶିର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବ। ବ୍ୟବସାୟ କ୍ଷେତ୍ରରେ ଖୁବ ସଫଳତା ମିଳିବ। ପ୍ରେମ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

୨. ଚଳିତବର୍ଷର ନାଗପଞ୍ଚମୀ ବିଛା ରାଶିର ଲୋକଙ୍କ ପାଇଁ ସୁଖଃ ସମୃଦ୍ଧି ଆଣିଦେବ। ବ୍ୟବସାୟରେ ବଡ଼ ଡ଼ିଲ୍ ମିଳିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

୩. ନାଗପଞ୍ଚମୀ ପ୍ରଭାବରେ କୁମ୍ଭ ରାଶିର ଲୋକେ ଧନବାନ ହେବେ। ଆକସ୍ମିକ ଧନପ୍ରାପ୍ତିର ସମ୍ଭାବନା ରହିଛି। ଚାକିରୀ କରୁଥିବା ଲୋକଙ୍କ ଉପରୁ ଚାପ ହ୍ରାସ ପାଇବ।

୪. ନାଗପଞ୍ଚମୀ ହେତୁ ମକର ରାଶିର ଲୋକଙ୍କ ଜୀବନରେ ସୁଖଃ ଫେରି ଆସିବ। ଅଟକି ରହିଥିବା କାମ ପୂରଣ ହୋଇପାରିବ। ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ।