ରୋମାଣ୍ଟିକ ସିନ ସୁଟିଂ କରିବା ସମୟରେ ଅଭିନେତାଙ୍କ ଉପରେ ରାଗିଗଲେ ଅଭିନେତ୍ରୀ। ଶୁଣେଇଦେଲେ ରୋକ୍ ଠୋକ୍ ଜାଣନ୍ତୁ…

ତେବେ ନେହା ଧୂପିୟାଙ୍କୁ ତ ଆପଣ ସମସ୍ତେ ନିଶ୍ଚିତ ଜାଣିଥିବେ । ନେହା ବଲିଉଡ୍ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି । ନେହା ନିଜର ଅନୋଖା ଆକ୍ଟିଂ ଷ୍ଟାଇଲ ପାଇଁ ଫ୍ୟାନ୍ସ ମାନଙ୍କ ନିକଟରେ ବେଶ୍ ପରିଚିତ । ବଲିଉଡ୍ ସିନେମା ଜଗତର ଏକ ବେଶ୍ ଜଣା ଶୁଣା ଏବଂ ଚର୍ଚ୍ଚିତ ମୁହଁ ଅଟନ୍ତି ନେହା ।

ନିକଟରେ ନେହା କପିଲ୍ ଶର୍ମା ଶୋକୁ ଆସିଥିଲେ । ଏବଂ ସେଠାରେ ତାଙ୍କ ବିଷୟରେ କିଛି ଏପରି କହିଥିଲେ ଯାହା ଶୁଣି କପିଲ୍ ତାଙ୍କୁ ଉପହାସ କରିଥିଲେ । କେବଳ କପିଲ୍ ନୁହନ୍ତି ବରଂ ଅନେକ ଦର୍ଶକ ମଧ୍ୟ ତାଙ୍କର ଏଭଳି କଥା ଶୁଣି ବିଭିନ୍ନ କମେଣ୍ଟ ଦେଇଥିଲେ ।

ନେହା ଧୂପିୟାଙ୍କ କହିବା ଅନୁଯାୟୀ , ଥରେ ଏକ ଫିଲ୍ମ କରୁଥିବା ସମୟରେ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତ ସୁଟିଂ କରିବାର ଥିଲା । ଯେଉଁଥି ପାଇଁ ନେହା ଅଭିନେତା ଜଣଙ୍କୁ ପ୍ରାୟ ୫ ଥର ହାତ ଧୋଇବା ପାଇଁ କହିଥିଲେ ।

ତେବେ ସେ କହିଛନ୍ତି କି ଏଭଳି ତାଙ୍କ ସହ ଦଶ କହାନିୟା ଫିଲ୍ମ ସୁଟିଂ ସମୟରେ ହୋଇଥିଲା । ଏହି ଫିଲ୍ମରେ ଲିଡ ରୋଲ୍ ରେ ଥିଲେ ମହେଶ ମଞ୍ଜରୀୟା । ଏହି ଫିଲ୍ମ ସୁଟିଂ ସମୟରେ ନେହାଙ୍କୁ ମହେଶଙ୍କ ସହ ଏକ ଅନ୍ତରଙ୍ଗ ସିନ୍ ସୁଟ୍ କରିବାର ଥିଲା । ଯେଉଁଥି ପାଇଁ ନେହା ମହେଶଙ୍କୁ ବାରମ୍ବାର ପ୍ରାୟ ୫ ଥର ହାତ ଧୋଇବା ପାଇଁ କହିଥିଲେ ।

ନେହାଙ୍କ ଠାରୁ ଏଭଳି କଥା ଶୁଣି ସାରିବା ପରେ କପିଲ୍ ନେହାଙ୍କୁ ବେଶ୍ ଉପହାସ କରିଥିଲେ । କେବଳ କପିଲ୍ ନୁହନ୍ତି ବରଂ ଅନ୍ୟ କେତେକ ଉପଭୋକ୍ତା ମଧ୍ୟ ନେହାଙ୍କର ଏଭଳି କଥା ଶୁଣି ଅନେକ କମେଣ୍ଟ ଦେଇଛନ୍ତି । କେହି କେହି ଲେଖିଛନ୍ତି କି ନେହା କଣ ଗୁପଚୁପ ଖାଇବା ପୂର୍ବରୁ ବି ଗୁପଚୁପ ବାଲାକୁ ହାତ ଧୋଇବା ପାଇଁ କୁହନ୍ତି ।