ସିନେମା ନୁହେଁ ସମ୍ବନ୍ଧ ପାଇଁ ଚର୍ଚ୍ଚାରେ ଜୈକଲିନ, ୯୦ ହଜାର କୋଟିର ମାଲିକଙ୍କୁ ନିଜର ସୌନ୍ଦର୍ଯ୍ୟରେ ଫସାଇ କଣ କରିଥିଲେ ଜାଣନ୍ତୁ

ବଲିଉଡ୍ ର ବେଶ୍ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଜ୍ୟାଙ୍କଲିନ ଫର୍ଣାଡିସ୍ । ଜ୍ୟାଙ୍କଲିନ ବଲିଉଡ୍ ରେ ବର୍ତ୍ତମାନ ସମୟର ଏକ ଆଗ ଧାଡ଼ିର କଳାକାର ଅଟନ୍ତି । ନିଜର ସୌନ୍ଦର୍ଯ୍ୟ ଏବଂ ଆକ୍ଟିଙ୍ଗ ଷ୍ଟାଇଲକୁ ନେଇ ବଲିଉଡ୍ ରେ ବେଶ୍ ଛାଇ ରହିଛନ୍ତି ସେ ।

ନିଜର ଆକ୍ଟିଂ ଷ୍ଟାଇଲ ପାଇଁ ଫ୍ୟାନ୍ସ ମାନଙ୍କ ନିକଟରେ ବି ସେ ଏକ ବେଶ୍ ପରିଚିତ ଓ ଚର୍ଚ୍ଚିତ ମୁହଁ । ଲୁକ୍ , ଷ୍ଟାଇଲ୍ , ଆକ୍ଟିଙ୍ଗ , ଡ୍ୟାନ୍ସ କୌଣସିଥିରେ ବି କମ୍ ନୁହନ୍ତି ଜ୍ୟାଙ୍କଲିନ୍ । ବଲିଉଡରେ କାୟା ବିସ୍ତାର କରିଥିଲେ ବି ସେ ଭାରତୀୟ ନୁହନ୍ତି । ବରଂ ଶ୍ରୀଲଙ୍କାର ଅଟନ୍ତି ।

ତାଙ୍କ ବାପା ଶ୍ରୀଲଙ୍କାର ଜଣେ ପ୍ରସିଦ୍ଧ ମ୍ୟୁଜିସିଆନ୍ ଅଟନ୍ତି । ଜ୍ୟାଙ୍କଲିନଙ୍କୁ ପ୍ରଥମେ ଆଲାଦିନ ଫିଲ୍ମରେ ଦେଖିବାକୁ ମିଳିଥିଲା । ଆଲାଦିନ୍ ରେ ଜାଙ୍କଲିନଙ୍କୁ ଅମିତାଭ ବଚ୍ଚନଙ୍କ ସହ ରିତେଶ ଦେଶମୁଖଙ୍କ ସହ ଦେଖିବାକୁ ମିଳିଥିଲା । 

ଏହା ପରେ ତାଙ୍କୁ ମର୍ଡର -୨ , ହାଉସଫୁଲ୍ -୨ , ରେସ୍ -୨ , କିକ୍ , ହାଉସଫୁଲ-୩, ରେସ -୩ , ଜୁଡୱା -୨ ଭଳି ଅନେକ ଫେମସ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି । କେବଳ ଫିଲ୍ମ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଅନେକ ସମୟରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । 

ପୂର୍ବରୁ ତାଙ୍କୁ ଭାଇଜାନ୍ ସଲମାନ୍ ଖାନ୍ ଙ୍କ ସହ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିଲା । ପରେ ପ୍ରିନ୍ସ ହସନ ବିନ ରସଦଙ୍କ ସହ ମଧ୍ୟ ତାଙ୍କର ଆଫାୟାର୍ ଚାଲୁ ଥିବାର ଶୁଣିବାକୁ ମିଳୁଥିଲା । ତେବେ ପ୍ରିନ୍ସ ରସଦ ପ୍ରାୟତଃ ୯୦ ହଜାର କୋଟି ଟଙ୍କାର ମାଲିକ ଅଟନ୍ତି । କିନ୍ତୁ ଶୁଣିବାକୁ ମିଳେ ବର୍ତ୍ତମାନ ଜ୍ୟାଙ୍କଲିନ ତାଙ୍କୁ ଛାଡି ସାଜିଦ ନଜଦିକୀଙ୍କ ସହ ପ୍ରେମ ବନ୍ଧନରେ ଅଛନ୍ତି ବୋଲି ।