ମାନ ପରୀକ୍ଷଣ ହେବ ଶ୍ରୀ ମନ୍ଦିର ଅବଢ଼ାର…

ଆଇନମନ୍ତ୍ରୀ ପୃର୍ଥ୍ବୀରାଜ ହରଚନ୍ଦନ ଦେଇଛନ୍ତି ସୂଚନା। ତାଙ୍କ କହିବା ଅନୁସାରେ, ଅବଢ଼ାର ସୁଧତା ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ। ଇନ୍ସପେକ୍ଟର ନିୟୋଜିତ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି ।

ଶ୍ରୀ ଜଗନ୍ନାଥ ମନ୍ଦିରରେ ରୋଷଇଶାଳାକୁ ଜିନିଷ ଯିବା ପୂର୍ବରୁ ଏବଂ ଅବଢ଼ା ହୋଇସାରିବା ପରେ ମାନ ପରୀକ୍ଷଣ ହେବ । ପୁରୀ ମନ୍ଦିରର ଅଭଡାକୁ ନେଇ କିଛି ଅଭିଯୋଗ ନ ଆସୁ ।  ସେଥିପାଇଁ ମାନ ପରୀକ୍ଷଣ ଜରୁରୀ ବୋଲି କହିଛନ୍ତି ମନ୍ତ୍ରୀ ।