ସରକାରୀ ଚାକିରି କରିଥିବା ହିତାଧିକାରୀ ମଧ୍ୟ ପାଇବେ ‘ସୁଭଦ୍ରା’ ଟଙ୍କା । ୫ ଏକରରୁ ଅଧିକ ଜମି ଥିବା ହିତାଧିକାରୀ ବି ପାଇବେ । ଅଙ୍ଗନବାଡ଼ି, ସିଆରପି, ଏମବିକେମାନଙ୍କୁ ବି ଦିଆଯିବ ଟଙ୍କା । ନଭେମ୍ବର ଶେଷ ସପ୍ତାହରେ ମିଳିବ ‘ସୁଭଦ୍ରା’ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଗତ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରାର ପ୍ରଥମ କିସ୍ତି ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି ୧ ହଜାର ୨୫୦ କୋଟି ଟଙ୍କା । ଅକ୍ଟୋବର ୯ ରେ ମୟୂରଭଞ୍ଚ ଜିଲ୍ଲା ବାରିପଦାରେ ସୁଭଦ୍ରା ଟଙ୍କା ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆାକଉଣ୍ଟକୁ ଯାଇଥିଲା ସୁଭଦ୍ରା ଟଙ୍କା ।
ତେବେ ସୁଭଦ୍ରା ଯୋଜନା ଟଙ୍କାକୁ ନେଇ ବଡ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଯେଉଁ ମହିଳା ମାନଙ୍କର ସୁଭଦ୍ରା ଫର୍ମଟି ରିଜେକ୍ଟ ହେଇଯାଇଛି କିମ୍ବା ଷ୍ଟାଟସ୍ ଆପଣଙ୍କର ଅଣ୍ଡର ପ୍ରୋସେସ ଦେଖୁଛି ତେବେ ସେଇଟା ପୁନଶ୍ଚ ଭେରିଫାଇ ହେଇ ସାରିବା ପରେ ଟଙ୍କା ଆସିଯିବ ଆପଣଙ୍କ ଆକାଉଣ୍ଟକୁ, ଯଦି ଆପଣ ଯୋଗ୍ୟ ବିବେଚିତ ହେଇଥାନ୍ତି।
ଅଯୋଗ୍ୟଙ୍କୁ ସାମିଲ କରିବା ପାଇଁ ଗାଇଡଲାଇନ ଆସିବ। ୨ ଲକ୍ଷ ୬୬ ହାଜର ଲୋକଙ୍କର ଆବେଦନ ଖାରଜ ହୋଇଛି। ଆଉ ଖାରଜ ଲିଷ୍ଟ ଉପରେ ଆଜି ହେଇଥିବା ବୈଠକରେ ମଧ୍ୟ ଆଲୋଚନା ହେଇଛି। ସେହିପରି ଏବେ ସୁଭଦ୍ରା ଯୋଜନାରେ ସାମିଲ ହେବେ ଅଙ୍ଗନୱାଡ଼ି କର୍ମୀ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ବଣ୍ଟନରେ ଅଙ୍ଗନୱାଡ଼ି କର୍ମୀଙ୍କୁ ମଧ୍ୟ ଟଙ୍କା ମିଳିବ। ଖୁବଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।
ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନରେ ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି ଟଙ୍କା ମିଳବ। ଯେଉଁଥିପାଇଁ ସେମାନେ ବେଶ ଖୁସି ଅଛନ୍ତି। ଆଉ ମାତ୍ର କିଛିଦିନ ଭିତରେ ଆକାଉଣ୍ଟକୁ ସରକାର ଟଙ୍କା ପଠାଇବେ ବୋଲି ଜଣାପଡିଛି। ପୂର୍ବରୁ ଏହି ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଥିବା ବେଳେ ପୁନଃ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଆବେଦନ ଗୁଡ଼ିକୁ ପୁନଃ ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ବିଭାଗ ପ୍ରସ୍ତୁତ କରିବ ବୋଲି ଜଣାପଡିଛି।