ବାହା ହେବାକୁ ଯାଉଛନ୍ତି କି ନୀରଜ ଚୋପ୍ରା ଏବଂ ମନୁ ଭାକର? ସାମ୍ନାକୁ ଆସିଲା ବଡ଼ ଖବର, ଜାଣନ୍ତୁ

ବିବାହ କରିବାକୁ ଯାଉଛନ୍ତି କି ମନୁ ଏବଂ ନିରଜ ଚୋପ୍ରା ? ତେବେ ବର୍ତ୍ତମାନର ସୋସିଆଲ ମିଡିଆରେ ଦୁହେଁ ଯେପରି ଛାଇ ରହିଛନ୍ତି । ଦୁହିଁଙ୍କୁ ନେଇ ସବୁଠାରେ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳୁଛି । ବର୍ତ୍ତମାନର ବେଶ୍ ଚର୍ଚ୍ଚିତ ମୁହଁ ରହିଛନ୍ତି ଦୁହେଁ । 

ମେଡାଲ ଜିତିବା ପରେ ସୋସିଆଲ ମିଡିଆରେ ଦୁହିଁଙ୍କୁ ନେଇ ଅନେକ ପ୍ରଶ୍ନ ଦେଖିବାକୁ ମିଳୁଛି । ଏପରିକି ଦୁହିଁଙ୍କ ବିବାହକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ମନୁ ଭାକରେ ଏବଂ ନୀରଜ ଚୋପ୍ରାଙ୍କ ବିଷୟରେ ତ ଆପଣ ନିଶ୍ଚିତ ଅବଗତ ଥିବେ ।

ନିକଟରେ ପ୍ୟାରିସ ଅଲିମ୍ପିକ୍ ଶେଷ ହୋଇଛି । ଯେଉଁଥିରେ ମନୁ ଭାକରେ ଏବଂ ନିରଜ ଚୋପ୍ରା ଭାରତ ପାଇଁ ବେଶ୍ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ମନୁ ସୁଟିଂ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ଜିତିଥିବା ବେଳେ ନିରଜ ଜାଭେଲିନ୍ ଥ୍ରୋରେ ସିଲଭର୍ ଜିତି ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ଵତନ୍ତ୍ର ପରିଚୟ ଦେଇଛନ୍ତି ।

ତେବେ ଏହି ଗେମ୍ ପରେ ଦୁହିଁଙ୍କୁ ନେଇ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି । ଏପରିକି ଦୁହିଁଙ୍କ ବିବାହକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଦେଖା ଦେଇଛି । ଯାହା ପରେ ମନୁଙ୍କ ବାପା ଏ ନେଇ କହିଛନ୍ତି କି ମନୁଙ୍କ ବାହାଘର ବୟସ ହୋଇ ନାହିଁ । ସେ ଏବେ ଛୋଟ ଅଛନ୍ତି । ମନୁଙ୍କ ମାଆ ନିରଜଙ୍କୁ ନିଜ ପୁଅ ପରି ଦେଖନ୍ତି । ତେଣୁ ଏ ନେଇ କିଛି ଭାବିବା ହୁଏ ତ ଉଚିତ୍ ନ ହୋଇପାରେ । 

ଏପଟେ ନିରଜଙ୍କ ଅଙ୍କଲ ମଧ୍ୟ ଦୁହିଁଙ୍କ ବିବାକୁ ନେଇ ଏକ ବଡ଼ ଖୁଲାଶା କରିଛନ୍ତି । ସେ କହିଛନ୍ତି ଯଦି କେବେ ବି ଦୁହିଁଙ୍କ ବିବାହକୁ ନେଇ କୌଣସି ବି ପ୍ରସ୍ତାବ ଆସେ ତେବେ ପ୍ରଥମେ ଆପଣ ମାନେ ନିଶ୍ଚିତ ଜାଣିବେ ।