“ଜାତି କହିଲେ ଯଦି ବାଧୁଛି ତାହାଲେ ଆମ ସହ…” ଜିତୁ ରାଉତ ନିର୍ଦେଶକ ଏମିତି କଣ କହିଦେଲେ, ଦେଖନ୍ତୁ ଭିଡ଼ିଓ

ଅଭିନେତ୍ରୀ ଝିଲିକଙ୍କ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ଯେଉଁ ବିବାଦ ଦେଖାଦେଇଛି ସେ ବିଷୟରେ ତ ଆପଣ ଜାଣିଥିବେ। ଝିଲିକ ମୋସନ୍ ପିକ୍ଚର୍ସର ଏହି ସିନେମାର ସଂଳାପରେ ‘ହରିଜନ’ ଶବ୍ଦ ବ୍ୟବହାରକୁ ନେଇ ସୁକିନ୍ଦା ଥାନାରେ ଦଳିତ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି।

ଏହା ସହ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାକୁ ବିରୋଧ କରି ଥାନାରେ ଏତଲା ଦିଆଯାଇଛି।ସିନେମାରେ ନାୟିକା ନାୟକଙ୍କୁ ‘ତୁ ଜଣେ ହରିଜନ ପିଲା ଆଉ ମୁଁ ଜଣେ ସାମନ୍ତ ଘର ଝିଅ’ବୋଲି କହିଛନ୍ତି। ଯାହାକୁ ନେଇ ବିବାଦ ଜୋର ଧରିଛି। ହରିଜନ ଶବ୍ଦ ବ୍ୟବହାର ନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ ଏଥିରେ ଅମାନ୍ୟ କରାଯାଇଛି।

ତେଣୁ ସୁକିନ୍ଦା ଦଳିତ ମଞ୍ଚ ପକ୍ଷରୁ ଥାନାରେ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତ୍ରୀଙ୍କ ନାମରେ ଏତଲା ଦିଆଯାଇଛି। ସେମାନଙ୍କୁ ଗିରଫ କରିବା ଏବଂ ସିନେମାଟିକୁ ବନ୍ଦ କରିବାପାଇଁ ଦାବି କରାଯାଇଛି।

ସୁକିନ୍ଦା ଦଳିତ ମଞ୍ଚର ଆବାହକ ସୁଶାନ୍ତ ମଳିକ କଳିଙ୍ଗନଗର ଥାନାରେ ଝିଲିକ ଭଟ୍ଟାଚାର୍ଯ୍ୟ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ନାମରେ ଏତଲା ଦେଇଛନ୍ତି। ଦାବି ପୂରଣ ନହେଲେ ଖୁବଶୀଘ୍ର ସେମାନେ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି।

Leave a Comment