ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ, ଏହି ପୁଅ ହେଲେ ତାଙ୍କ ଜୀବନସାଥି

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ। ଏହି ଓଲିଉଡ ଅଭିନେତ୍ରୀ ଜଣକ ବ୍ୟବସାୟୀ ସୁନୀଲ କୁମାର ଦଳାଇଙ୍କୁ ବିବାହ କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ୧୧ ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା। ବିବାହ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପରିବାର ଲୋକେ, ବନ୍ଧୁ ଓ ଓଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ।

ଅଭିନେତ୍ରୀ ରିୟାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ସେହିଠାରେ ହିଁ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ରିୟା ଦେ ତାଙ୍କର ମେହେନ୍ଦି ଓ ହଲଦି ସେରିମନିର କିଛି ଫୋଟୋ ଓ ଭିଡ଼ିଓ ନିଜ ସୋସିଆଲ ମିଡିଆ ଅକାଉଣ୍ଟରେ ସେୟାର କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିୟା ଓଡ଼ିଆ ସିନେମା ଜଗତରେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ ଓ ପ୍ରେମ ପାଇଁ ମହାଭାରତ ଭଳି ଅନେକ ଚଳଚିତ୍ରରେ କାମ କରି ସାରିଛନ୍ତି।

Leave a Comment