କାନ୍ଦି କାନ୍ଦି ମାଁ କଲେ ଗୁହାରି, କହିଲେ “ପ୍ରଥମେ ପଇଡ଼ ପିଇଲା ଆଉ ତାପରେ ଏମିତି ଭାବରେ ମୋ ଝିଅ କୁ ଟେକି ନେଇଗଲା”

ଆମ ଦେଶରେ ଦିନ କୁ ଦିନ ନାରୀ ମାନଙ୍କ ପ୍ରତି ଅନ୍ୟାୟ ଏବଂ ଅତ୍ୟାଚାର ବଢି ଚାଲିଛି । ଏମିତିକା ଘଟଣା ଏବେ ସୋସିଆଲ ମିଡିଆରେ ଏବେ ଭାଇରଲ ମଧ୍ୟ ହଉଛି । ଆମର ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଅନେକ ଖବର ପ୍ରକାଶ ପାଉଛି ।

ଏମିତି ଏକ ଘଟଣା ବର୍ତ୍ତମାନ୍ ଦେଖିବାକ ମିଳିଛି । ବଳିଆ ପଣ୍ଡା ଲାଇଟ ହାଉସ ସମ୍ମୁଖ ବେଳା ଭୂମିରୁ ପଇଡ଼ ଦୋକାନରୁ ପଇଡ଼ ପିଇ ପିଲାଙ୍କୁ ଅପହରଣ କରି ଫେରାର ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଛୁଆ ର ମାଁ I

ଏହି ଘଟଣା କୁ ନେଇ ବର୍ତମାନ ତଦନ୍ତ କରୁଛି ପୋଲିସ I ସୂଚନା ଅନୁସାରେ ବଳିଆ ପଣ୍ଡା ଲାଇଟ ହାଉସ ସମ୍ମୁଖ ବେଳା ଭୂମି ନିକଟରେ ଜଣେ ମାଆ ଦୁଇ ଝିଅଙ୍କୁ ନେଇ ପଇଡ଼ ଦୋକାନ କରିଥିଲେ ।

କିନ୍ତୁ ପଇଡ଼ କିଣିବାକୁ ଆସି କାରରେ ନେଇଗଲେ ସାନ ଝିଅକୁ । ଘଟଣା କ୍ରମରେ ଗୋଟେ କାର ରେ ଜଣେ ମହିଳା ଆସି ପଇଡ଼ ପାଣି ପିଇବାକୁ ମାଗିଥିଲେ ଆଉ ମା ଜଣକ ପଇଡ଼ କାଟି ବଡ଼ ଝିଅ ହାତରେ ପଠାଇଥିଲେ ।

ସେ ମହିଳା ଜଣକ ବଡ଼ ଝିଅ ହାତରେ ସାନ ଝିଅକୁ ଡକେଇଲେ ଆଉ ତାପରେ ବଡ଼ ଝିଅକୁ ନାଳି ବାହାର କରିବାକୁ ପଠାଇ ସାନ ଝିଅକୁ କାରରେ ଜବରଦସ୍ତି ଉଠେଇ ଚାଲିଗଲେ । ଏହି ଘଟଣା ପରେ ତାଙ୍କ ମାଁ ସାନ ଝିଅକୁ ବହୁତ୍ ଖୋଜା ଖୋଜି କଲେ ଏବଂ ପାଇ ନଥିଲେ, ତାପରେ ଥାନରେ ଅଭିଯୋଗ କରିଥିଲେ ।