ମୁଁହ ରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା ଅଟେ। କିଶୋର/ କିଶୋରୀ ଅବସ୍ଥାରେ ବ୍ରଣ ପ୍ରାୟ ସମସ୍ତଙ୍କ ହୋଇ ଥାଏ। ବ୍ରଣ କାହିଁକି ହୁଏ? ଏହାର ଉପଚାର କ’ଣ? ଆସନ୍ତୁ ଜାଣିବା !
ବ୍ରଣ ହେବାର ମୁଖ୍ୟ କାରଣ :
- ଦୈନଦିନ ଜିବନରେ ଅନିୟମିତ ଖାଦ୍ୟପେୟ ଯୋଗୁଁ କିମ୍ବା ଅଧିକ ମସଲା ଯୁକ୍ତ, ତୈଳ ଯୁକ୍ତ ଖାଦ୍ୟ ଖାଇଲେ ବ୍ରଣ ସମସ୍ୟା ଦେଖାଦିଏ ।
- ପେଟ ସଫା ନ ହେଲେ ଅର୍ଥାତ କୋଷ୍ଠବଧ୍ୟତା ହେଲେ ମଧ୍ୟ ବ୍ରଣ ହୁଏ ।
- ଘର ଖାଇବା ପରିବର୍ତ୍ତେ ଅଧିକ ବାହାର ଖାଦ୍ୟ ଖାଇଲେ ଏହି ସମସ୍ୟା ହୁଏ ।
- ଶରୀରରେ ହରମୋନାଲ ପରିବର୍ତ୍ତନ ହେଲେ ବ୍ରଣ ସମସ୍ୟା ହୁଏ।
- କେତେକ ଔଷଧ ଖାଇଲେ ମଧ୍ୟ ବ୍ରଣ ହୋଇଥାଏ।
ବ୍ରଣ ରୁ ରକ୍ଷା ପାଇବାର ଘରୋଇ ଉପଚାର :
ନିମ ପତ୍ର ଓ ଗୋଲାପ ଜଳ :
କିଛି ନିମ ପତ୍ର କୁ କୁଟି ପେଷ୍ଟ ବନାନ୍ତୁ, ସେଥିରେ ଗୋଲାପ ଜଳ ମିଶାନ୍ତୁ। 15 ରୁ 20 ମିନଟ ସେମିତି ରଖନ୍ତୁ, ତା ପରେ ସେହି ଗୋଲାପ ଜଳ କୁ ଛାଣି ନିଅନ୍ତୁ। ସେହି ଜଳ କୁ ଦିନରେ 4-5 ଥର ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ ।
ଗାଇ ର କଞ୍ଚା କ୍ଷୀର ଓ ହଳଦୀ ଗୁଣ୍ଡ :
କଞ୍ଚା କ୍ଷୀର ସହ ହଳଦୀ ଗୁଣ୍ଡ କୁ ମିଶାଇ ତାହାର ଏକ ପେଷ୍ଟ ତିଆରି କରନ୍ତୁ। ସେହି ପେଷ୍ଟ କୁ ବ୍ରଣ ଉପରେ ଲେପ କରନ୍ତୁ। ବ୍ରଣ ଶୀଘ୍ର ଭଲ ହୋଇ ଯିବ।
ନିମ ପତ୍ର, ଘିକୁଆଁରୀ, ବେସନ ଓ ଗୋଲାପ ଜଳ :
କିଛି ନିମ ପତ୍ର, ଘିକୁଆଁରୀ ରସ, ଅଳ୍ପ ବେସନ ଓ ଗୋଲାପ ଜଳ କୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟ କୁ ବ୍ରଣ ସ୍ଥାନରେ ଲଗାନ୍ତୁ। ଏହାକୁ ସମ୍ପୂର୍ଣ୍ଣ ମୁହଁରେ ଲଗାଇ ପାରିବେ।
ଗରମ ବାଷ୍ପ , ଗୋଲାପ ଜଳ ଓ ଘିକୁଆଁରୀ :
ପାଣି କୁ ଗରମ କରନ୍ତୁ ଯେପରି ବାଷ୍ପ ବାହାରିବ । ଯେତିକି ଉତ୍ତାପ ଆପଣ ସହ୍ୟ କରିପାରିବେ, ସେହି ବାଷ୍ପ ରେ ଆପଣ ନିଜ ମୁଁହ ରଖନ୍ତୁ। କିଛି ସମୟ ବାଷ୍ପରେ ମୁଁହ ରଖିଲେ ମୁଁହର ରୋମଛିଦ୍ର ଖୋଲି ଯିବ ଓ ମୁଁହରେ ଥିବା ଅପରିଷ୍କାର ସଫା ହୋଇ ଯିବ । ସଫା ତଉଲିଆ ରେ ମୁଁହ କୁ ପୋଛି,ଗୋଲାପ ଜଳରେ ପୁଣି ସଫା କରନ୍ତୁ। କିଛି ସମୟ ପରେ ଘିକୁଆଁରୀ ରସକୁ ଲଗାନ୍ତୁ।
ମୂଲତାନି ମାଟି, ହଳଦୀ ଗୁଣ୍ଡ , ମହୁ, ଗୋଲାପ ଜଳ :
ମୂଲତାନି ମାଟି, ହଳଦୀ ଗୁଣ୍ଡ , ମହୁ, ଗୋଲାପ ଜଳ କୁ ଏକତ୍ର କରି ଏକ ପେଷ୍ଟ ତିଆରି କରନ୍ତୁ। ସେହି ପେଷ୍ଟ କୁ ବ୍ରଣ ଉପରେ ଲଗାନ୍ତୁ।
ଗରମ କ୍ଷୀର ଓ ହଳଦୀ ଗୁଣ୍ଡ :
ଏକ ଗ୍ଲାସ ଗରମ କ୍ଷୀର ରେ ଅଧା ଚାମଚ ହଳଦୀ ଗୁଣ୍ଡ କୁ ମିଶାନ୍ତୁ। ସେହି କ୍ଷୀର କୁ ପିଅନ୍ତୁ। ଏହିପରି ପ୍ରତିଦିନ କରନ୍ତୁ। ହଳଦୀ ମିଶା କ୍ଷୀର ପିଇଲେ ବ୍ରଣ ସମସ୍ୟା କେବେ ମଧ୍ୟ ହୋଇ ନଥାଏ।