ଏହି ଟ୍ରିକ୍ସ ଦ୍ଵାରା ବିନା ଇଣ୍ଟର୍‌ନେଟ୍ ଦେଖିନ୍ତୁ Youtube…

ଆଜିର ଦୁନିଆରେ ସ୍ମାର୍ଟଫୋନ୍ ବିନା ଚଳିବା ଅସମ୍ଭବ ପରି । ଏବଂ ସ୍ମାର୍ଟଫୋନ୍‌ ରେ ସମସ୍ତେ ୟୁଟ୍ୟୁବ୍ ବ୍ୟବହାର କରିଥାନ୍ତି। ୟୁଟ୍ୟୁବ୍ ଆଜି ଏତେ ବଡ ପ୍ଲାଟଫର୍ମ ହୋଇଯାଇଛି ଯେ ଏହାର ସାହାଯ୍ୟରେ ପିଲାମାନେ ଅନଲାଇନ ପାଠପଢା କରୁଛନ୍ତି। ଖାଲି ପାଠାପଢା ନୁହେଁ ୟୁଟ୍ୟୁବ୍ ଅନେକଙ୍କ ରୋଜଗାର ମଧ୍ୟ ଦେଉଛି। ଏଥିରୁ ଲୋକେ ମନୋରଂଜନ କରିପାରୁଛନ୍ତି ଆଉ ଅନେକ ନିତ୍ୟ ବ୍ୟବହାର୍ଯ୍ୟ କଥା ଜାଣୁଛନ୍ତି। ଏହାରି ଭିତରେ କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହାର ଅପବ୍ୟବହାର କରୁଛନ୍ତି। ତେବେ ସେ ଯାହା ହେଉନା କାହିଁ ଏହା ଆଜିକାଲି ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକ ପ୍ଲାଟ୍‌ଫର୍ମ ହୋଇଯାଇଛି।

ତେବେ ବେଳେବେଳେ ଏମିତି ମଧ୍ୟ ହୁଏ ଯେ ଆମେ ଏପରି ଏକ ସ୍ଥାନରେ ଥାଉ ଯେଉଁଠାରେ ଇଣ୍ଟର୍‌ନେଟ୍ ସଂଯୋଗ ହୋଇପାରେ ନାହିଁ। ଏହିପରି ସ୍ଥାନରେ ଆମେ ୟୁଟ୍ୟୁବରେ ଭିଡିଓ ଦେଖିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉ। ଏଇ ସମସ୍ୟାକୁ ଏଡେଇବା ପାଇଁ ଏକ କୌଶଳ ମଧ୍ୟ ଅଛି ଯାହା ସାହାଯ୍ୟରେ ଆମେ ଇଣ୍ଟରନେଟ୍ ବିନା ୟୁଟ୍ୟୁବ୍ ବ୍ୟବହାର କରିପାରିବେ।

ଅଫ୍‌ଲାଇନ୍ ମୋଡ୍ ବ୍ୟବହାର :

ଇଣ୍ଟରନେଟ୍ ବିନା ଭିଡିଓ ଦେଖିବା ପାଇଁ ଆପଣ ୟୁଟ୍ୟୁବ୍‌ର ଅଫ୍‌ଲାଇନ୍ ମୋଡ୍ ବ୍ୟବହାର କରିପାରିବେ। ଇଣ୍ଟର୍‌ନେଟ୍ ସହିତ ସଂଯୋଗ ହେବା ପରେ, ଆପଣ ଅଫ୍‌ଲାଇନ୍ ବ୍ୟବହାର ପାଇଁ ନିଜ ପସନ୍ଦର ଭିଡିଓ ଗୁଡ଼ିକୁ ଡାଉନ୍‌ଲୋଡ୍ କରିପାରିବେ ଏବଂ ପରେ ଇଣ୍ଟରନେଟ୍ ବିନା ଦେଖିପାରିବେ।

ଅଫଲାଇନ୍ ମୋଡ୍‌ରେ ଭିଡିଓ ଦେଖିବାକୁ, ପ୍ରଥମେ ୟୁଟ୍ୟୁବ୍ ଭିଡିଓ ସେଭ୍ କରନ୍ତୁ। ବର୍ତ୍ତମାନ ଭିଡିଓଟି ପ୍ଲେ ହେବା ପରେ, ତଳେ ଡାଉନଲୋଡ୍ ଅପ୍‌ସନ୍ ଦେଖାଯିବ। ଆପଣଙ୍କୁ ଏହି ଅପ୍‌ସନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ, ଆପଣଙ୍କୁ ଭିଡିଓର କ୍ୱାଲିଟି ଅପ୍‌ସନ ଆସିବ, ଆପଣ ଯେଉଁ କ୍ୱାଲିଟି ଚାହିଁବେ ସେହି ଭିଡିଓ ସେଭ୍ କରି ପାରିବେ। ଥରେ ଡାଉନ୍‌ଲୋଡ୍ ହୋଇଗଲେ, ଆପଣ ଇଣ୍ଟର୍‌ନେଟ୍ ଡାଟା ବିନା ଯେକୌଣସି ସ୍ଥାନରେ ୟୁଟ୍ୟୁବ୍ ଭିଡିଓକୁ ପ୍ଲେ କରିପାରିବେ। ସବୁଠରୁ ଭଲ କଥା ହେଉଛି ଏହି ଡାଉନ୍‌ଲୋଡ୍‌ଗୁଡିକ ଆପଣଙ୍କ ଫୋନର ଷ୍ଟୋରେଜ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।