ଦେଖନ୍ତୁ ଭିଡିଓ: ବିଜେଡି ର ଭିତିରି କଥା କୁ ସାମ୍ନା କୁ ଆଣିଲେ ପ୍ରତାପ ଷଡ଼ଙ୍ଗୀ, କହିଲେ “ସବୁ ନେତା ମନ୍ତ୍ରୀ ଏବେ ପାଣ୍ଡିଆନଙ୍କ ଶରଣରେ କାରଣ…”

ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏହି ନିକଟ ରେ ବିଜେଡି ଦଳ ର ଭି କେ ପାଣ୍ଡିଆନ ଙ୍କୁ ୫ ଟି ର ଅଧ୍ୟକ୍ଷ ରୂପେ ନିଯୁକ୍ତି କରା ଯାଇଛି । ସେ ତାଙ୍କ ସରକାରୀ ଚାକିରି ରୁ ଇସ୍ତଫା ଦେବା ପରେ ଏବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ଏହାକୁ ନେଇ ଏବେ ରାଜନୀତି ରେ ଜୋର୍ ରେ ଚର୍ଚ୍ଚା ହେଉଛି । ଏହାର ଅନେକ ଭିଡିଓ ଆପଣ ମାନେ ସୋସିଆଲ ମିଡିଆରେ ଦେଖିଥିବେ । ଏହି ଭିଡିଓ ଗୁଡ଼ିକ ଦେଖିଲେ ପାଣ୍ଡିଆନ ଙ୍କ ବିଷୟ ରେ ଅଧିକ କିଛି ଆପଣ ମାନେ ଜାଣିବାକୁ ପାଇବେ ।

ଆମେ ଆଜି ସେହି ବିଷୟ ରେ କହିବାକୁ ଯାଉଛୁ । ପାଣ୍ଡିଆନ ଙ୍କୁ ୫ ଟି ଅଧ୍ୟକ୍ଷ କରା ଯିବା ପରେ ବିରୋଧୀ ଦଳ ର ନେତା ମାନେ ଏହାକୁ ଖୁବ୍ ବିରୋଧ କରିଥିଲେ । ଏପରି କି ବିଜେଡି ର କିଛି କର୍ମୀ ମାନେ ମଧ୍ୟ ଏହାକୁ ସମର୍ଥନ କରି ନ ଥିଲେ । ଏବେ ବିଜେପି ସାଂସଦ ପ୍ରତାପ ଷଢ଼ଙ୍ଗି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ରେ କେବଳ ନବୀନ ବାବୁ ଙ୍କ ପାଇଁ ମନ୍ତ୍ରୀ ମାନେ ଭୋଟ ପାଇ ଯାଉଛନ୍ତି । ଏବେ ସେହି ମନ୍ତ୍ରୀ ମାନେ ଦେଖିଲେଣି ପ୍ରକୃତ ଶାସନ ଏବେ ନବୀନ ଙ୍କ ହାତ ରେ ନାହିଁ ।

ଶାସନ ଏବେ ପାଣ୍ଡିଆନ ଙ୍କ ହାତ ରେ ରହିଛି । ସେଥିପାଇଁ ସେମାନେ ଟିକେଟ ପାଇଁ ନବୀନ ଙ୍କ ପାଖକୁ ନ ଯାଇ ଏବେ ଭି କେ ପାଣ୍ଡିଆନ ଙ୍କ ପାଖକୁ ଯାଉଛନ୍ତି । ତାଙ୍କ ଚେୟାର ଚାରି ପଟେ ଠିଆ ହୋଇ ଯାଉଛନ୍ତି । ଏବେ ସେ ସେମାନଙ୍କୁ ଟିକେଟ ଦେବେ । ମନ୍ତ୍ରୀ ମାନେ କେବଳ ନିଜ ସ୍ବାର୍ଥ ରକ୍ଷା ପାଇଁ ଏପରି କରୁଛନ୍ତି । ରାଜ୍ୟ ର ଉନ୍ନତି କଥା କେହି ଚିନ୍ତା କରି ନାହାନ୍ତି । ମନ୍ତ୍ରୀ ମାନଙ୍କ ର ନିଜର କିରଣ ନାହିଁ । ସେଥିପାଇଁ ସେମାନେ ପାଣ୍ଡିଆନ ଙ୍କ ପାଖରେ ନତ ମସ୍ତକ ହେଉଛନ୍ତି ।

ଦେଖନ୍ତୁ ଭିଡିଓ :-

ଅନ୍ୟ ପଟେ କଂଗ୍ରେସ ନେତା ମାନେ ମଧ୍ୟ ସେହି ଏକା କଥା କହିଛନ୍ତି । ସେମାନେ କହୁଛନ୍ତି ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ହେଲେ ସମସ୍ତେ ପାଣ୍ଡିଆନ ଙ୍କ ପାଖକୁ ଦୌଡୁ ଅଛନ୍ତି । ଏବେ ର ଲୋକ ମାନେ ଧୀରେ ଧୀରେ ସଚେତନ ହେଲେଣି । ଆପଣ ମାନେ ଭାବନ୍ତୁ ଏପରି ହେଲେ ରାଜ୍ୟ ର ଆଗକୁ କିଭଳି ଅବସ୍ଥା ହେବ ।