ଏବର୍ଷ ଦୁଇଦିନ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା! ଯଦି ନ ମାନିବେ ତ ହୋଇଯିବ ଅନର୍ଥ, ଜାଣନ୍ତୁ କାରଣ

ଭାଇଚାରାର ଦେଶ ଭାରତ, ଆମର ଏହି ଦେଶରେ ବିଭିନ୍ନ ଜାତି ଧର୍ମର ଲୋକେ ରହୁଥିବା ବେଳେ ୧୨ ମାସରେ ଆମେ ୧୩ ପର୍ବ ପାଳନ କରିଥାଉ। ଏହି ସବୁ ପର୍ବ ଗୁଡିକ ମଧ୍ୟରେ ରକ୍ଷା ବନ୍ଧନ ପର୍ବ ଅନ୍ୟତମ। ଏକ ପବିତ୍ର ସମ୍ପର୍କର ସ୍ଥାପନା କରିବା ପାଇଁ ପ୍ରତିବର୍ଷ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ବଦଳରେ ଜୀବନ ସାରା ଭଉଣୀର ରକ୍ଷା କରିବା ପାଇଁ ପ୍ରତିବଦ୍ଧ ରହିଥାଏ ଭାଇ।

ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଥାଏ। ଚଳିତବର୍ଷ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ କିନ୍ତୁ ଏହା ଦୁଇ ଦିନ ଧରି ପାଳନ କରାଯିବ। ଚଳିତବର୍ଷ ଅଗଷ୍ଟ ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡୁଥିବା ବେଳେ ଏହା ଏକ ଅଶୁଭ ଦିନ ହୋଇଥିବା ହେତୁ ଅଗଷ୍ଟ ୩୧ ତାରିଖ ଦିନ ଏହାକୁ ପାଳନ କରାଯିବ।

ଚଳିତ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଅଗଷ୍ଟ ମାସର ୩୦ ତାରିଖରେ ପଡ଼ୁଛି। କିନ୍ତୁ କୁହାଯାଉଛି ଯେ, ଚଳିତ ବର୍ଷ ଅଗଷ୍ଟ ୩୦ରେ ଭଦ୍ରାଙ୍କ ଛାୟା ରହୁଛି। ହିନ୍ଦୁ ଶାସ୍ତ୍ର ଅନୁଯାଇ ଭଦ୍ରାକାଳ ନ ସରିବା ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବା ଘୋର ଅଶୁଭ ଅଟେ। ପୌରାଣିକ ତଥ୍ୟ ଅନୁଯାଇ ତ୍ରେତୟା ଯୁଗରେ ସୃପଣଖା ଭଦ୍ରାଛାୟା ସମୟରେ ହିଁ ଭାଇ ରାବଣ ହାତରେ ରାକ୍ଷୀ ବାନ୍ଧିଥିଲେ। ଯାହାଫଳରେ ସାରା ଲଙ୍କା ଏବଂ ରାବଣର ବିନାଶ ହୋଇଥିବା କୁହାଯାଏ।