ଦେଖନ୍ତୁ ଭିଡିଓ: ଯାତ୍ରା ଗାଡ଼ି ଦୁର୍ଘଟଣାକୁ ନେଇ ଦୈତାରି ପଣ୍ଡାଙ୍କୁ ଧୋଇଦେଲେ ରାନୀ ପଣ୍ଡା

ଦ୍ଵାରଶୁଣି ଘାଟିରେ ଘଟିଯାଇଥିବା ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା ମନେପଡ଼ିଲାରୁ ଛାତି ଥରି ଉଠୁଛି । ସେ ଦୃଶ୍ୟ ଆଖି ଆଗରେ ସତେ ଯେମିତି ନାଚି ଯାଉଛି । କାରଣ ସେହି ଦୁର୍ଘଟଣା କେତେ ପରିବାର ଆଖିରେ ଲୁହ ଦେଇଛି । କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ସ୍ୱାମୀକୁ ହରାଇ ବାୟାଣୀ ହୋଇଗଲାଣି । ଏହି ଘଟଣାକୁ ନେଇ ଚାରିଆଡ଼େ ଶୋକାକୁଳ ପରିବେଶ ।

ଏହି ଖବର ଶୁଣି ସୁଦୂର ଭୁବନେଶ୍ୱରରୁ ଧାଇଁ ଆସିଥିଲେ ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ଅଭିନେତ୍ରୀ ରାଣୀ ପଣ୍ଡା । ପିଆରଏମରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆହତଙ୍କ ପରିବାରକୁ ଭେଟି ଆଶ୍ୱସନା ଦେଇଥିଲେ ଏବଂ ଆହତଙ୍କ ସହ ଆଲୋଚନା କରି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏଥିସହ ସେ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଓ ଆହତଙ୍କ ପରିବାରଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ରାଣୀ ପଣ୍ଡା ଏହି ପରିବାର ମାନଙ୍କ ଘରକୁ ଫେରିବା ପାଇଁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି କହିଥିଲେ ।

ବାରିପଦା ହସ୍ପିଟାଲରେ ଥିବା ୯ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିଲା ବେଳେ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ୫ ଜଣ ଏଵେ ଚିକିତ୍ସିତ ରହିଛନ୍ତି । ସେମାନଙ୍କ ଅବସ୍ଥା ଭଲ ଅଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ୬ ଜଣ ମୃତକଙ୍କ ମଧ୍ୟରେ ୨ଜଣ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳର ଭୁଡୁରୁବଣି ଗ୍ରାମରେ ବୋଲି ଜଣାପଡ଼ିଛି ।

ଦେଖନ୍ତୁ ଭିଡିଓ :-

କଥାବାର୍ତ୍ତା ସମୟରେ ଅସନ୍ତୋଷ ଝାଡ଼ିଥିଲେ ଆହତ ଯାତ୍ରା କର୍ମଚାରୀମାନେ । ଦୁର୍ଘଟଣା ଘଟିବାର ଦୁଇ ଦିନ ବିତିବାକୁ ବସିଲାଣି । ହେଲେ ଆଜି ପର୍ଯ୍ୟନ୍ତ ଧଉଳି ଯାତ୍ରା ପାର୍ଟି ମାଲିକ ବା ମ୍ୟାନେଜର ଦେଖା କରିବାକୁ ଆସିନଥିବା ଆହତମାନେ ଅଭିଯୋଗ କରିଥିଲେ ।

ମେଡ଼ିକାଲ୍‌ରେ ଆହତଙ୍କୁ ଭେଟିବା ପରେ ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା କଳାକାର ସଂଘ ଉପରେ ବର୍ଷିଛନ୍ତି ରାନୀ । ଆଉ ସେ କହିଛନ୍ତି, ଏହି ଭାଇମାନଙ୍କ ଦ୍ୱାରା ତିଆରି ହୋଇଥିବା ମଞ୍ଚରେ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରୁଛନ୍ତି । ହେଲେ ଦୁଃଖର ବିଷୟ ସେମାନଙ୍କ ପାଖରେ ଛିଡ଼ା ହେବା ପାଇଁ ଆଜି କେହି ନାହାନ୍ତି । ଶୁଣିବାକୁ ପାଇଲି ଯାତ୍ରା ପାର୍ଟି ମାଲିକ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି । ମୁଁ ତାଙ୍କୁ ଅନୁରୋଧ କରୁଛି, ଯଥାଶୀଘ୍ର ଏଠାକୁ ଆସନ୍ତୁ ଓ ଆହତ ଏବଂ ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରନ୍ତୁ ।