କୋଲକାତା ମେଡିକାଲ କଲେଜର ଟ୍ରେନିଂ ନେଉଥିବା ମହିଳା ଡାକ୍ତରଙ୍କ କରାଯାଇଛି ହତ୍ୟା ଏବଂ ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ…

ପଶ୍ଚିମବଙ୍ଗର ଆର.ଜେ କର ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାନବିସ ଡାକ୍ତର (ଟ୍ରେନି ଡାକ୍ତର)ଙ୍କ ସହ ଘଟିଛି ଅଘଟଣ। ମହିଳା ଜଣକ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ପ୍ରଥମେ ତାଙ୍କୁ ଦୁଷ୍କର୍ମ କରି ଅତି ନିର୍ମମ ଭାବେ କରାଯାଇଛି ହତ୍ୟା।

ମୃତା ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ ଅବସ୍ଥାରେ ମିଳିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାରେ କୋଲକାତା ପୁଲିସ ତଦନ୍ତ କରି ଅଗଷ୍ଟ ୯ ତାରିଖ ଦିନ ସିସିଟିଭି ଫୁଟେଜ ଆଧାରରେ ମେଡିକାଲ କଲେଜର ଜଣେ କର୍ମଚାରୀ ସଞ୍ଜୟ ରାୟକୁ ଗିରଫ କରିଛି। ଘଟଣାରେ ସ୍ଥାନୀୟ ପୁଲିସ ଦୁଷ୍କର୍ମ ମାମଲା ରୁୁଜୁ କରିଛି।