ପୃଥିବୀ ପୃଷ୍ଠରୁ ଲୋପ ପାଇବାକୁ ଯାଉଛି ପୁରୁଷ ସମାଜ, ହ୍ରାସ ପାଉଛି Y କ୍ରୋମୋଜୋମ୍, ଜାଣନ୍ତୁ ପୁରା ଖବର

ଲୋପ ପାଇବାକୁ ଯାଉଛି ପୁରୁଷ ସମାଜ ! ପୃଥିବୀ ପୃଷ୍ଠରେ ଆଉ ଆଗକୁ ଦେଖିବାକୁ ମିଳିବେ ନାହିଁ ପୁରୁଷ ମାନେ । ତେବେ ଏଭଳି ତଥ୍ୟ ଏକ ଅଧ୍ୟୟନରୁ ଜଣା ପଡିଛି । ଯାହା କି ବର୍ତ୍ତମାନ ସମୟରେ ବୈଜ୍ଞାନିକ ମାନଙ୍କ ପାଇଁ ଏକ ବେଶ୍ ଚିନ୍ତାର ବିଷୟ ପାଲଟିଛି । ଆଜ୍ଞା ହଁ । ହୁଏ ତ ଏହି ତଥ୍ୟଟି ବା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ ।

କିନ୍ତୁ କଥାଟି ସତ । କାରଣ ଏହା ଆମେ ମନରୁ କହୁ ନାହୁଁ । ବରଂ ଏହି ତଥ୍ୟ ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି । ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ , ଆଗକୁ ପୃଥିବୀରୁ ଧୀରେ ଧୀରେ ପୁରୁଷ ସମାଜ ଧ୍ଵଂସ ହେବାକୁ ଯାଉଛି । ଯାହା କେବଳ ବୈଜ୍ଞାନିକ ନୁହନ୍ତି ବରଂ ସମଗ୍ର ପୃଥିବି ବାସୀଙ୍କୁ ଚିନ୍ତାରେ ପକାଇଛି ।

ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ , ପୁରୁଷ ସମାଜ ଧ୍ଵଂସାଭିମୁଖି ହେବାର ମୁଖ୍ୟ କାରଣ ହେଉଛି Y କ୍ରୋମୋଯୋମ । ଧୀରେ ଧୀରେ ଏହି Y କ୍ରୋମୋଯୋମ ଟି ପୁରୁଷ ମାନଙ୍କ ମଧ୍ୟରେ ଦୁର୍ବଳ ହେଉଛି । ଆଉ ଯେଉଁଥି ପାଇଁ ପୁରୁଷ ଶୂନ୍ୟ ହେବାକୁ ଯାଉଛି ପୃଥିବୀ ।

ସାଧାରଣତଃ ପୁରୁଷ ଏବଂ ମହିଳାଙ୍କ ନିକଟରେ ଭିନ୍ନ ଭିନ୍ନ କ୍ରୋମୋଜମ୍ ରହିଥାଏ । ପୁରୁଷଙ୍କ ନିକଟରେ X ଏବଂ Y କ୍ରୋମୋଜମ ଦେଖା ଦେଉଥିବା ବେଳେ ମହିଳା ମାନଙ୍କ ନିକଟରେ X ଏବଂ X କ୍ରୋମୋଜମ ଦେଖିବାକୁ ମିଳିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏକ ପୁରୁଷର X କ୍ରୋମୋଜମ ଏବଂ ଏକ ମହିଳାର X କ୍ରୋମୋଜମ ର ମିଳନ ଫଳରେ ଏକ ଝିଅର ଜନ୍ମ ହୋଇଥାଏ ।

ଏହି ସମୟରେ ଏକ ପୁରୁଷର Y କ୍ରୋମୋଜମ ଯଦି ଏକ ମହିଳାର X କ୍ରୋମୋଜମ୍ ସହ ମିଶିଯାଏ ତେବେ ଏକ ପୁଅର ଜନ୍ମ ହୋଇଥାଏ । କିନ୍ତୁ ବର୍ତ୍ତମାନ Y କ୍ରୋମୋଜମ୍ ଯିଏ କି ଏକ ପୁଅ ସନ୍ତାନ ହେବାରେ ସହାୟକ ହୋଇଥାଏ ତାହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏବଂ ବିଶେଷଙ୍କ ମାନଙ୍କ ଅଧ୍ୟୟନ ଅନୁଯାୟୀ ଆଉ କିଛି ଦିନ ପରେ ହୁଏ ତ ପୃଥିବୀ ପୃଷ୍ଠ ପୁରୁଷ ଶୂନ୍ୟ ହୋଇପାରେ ।

ତେବେ ବିଶେଷଜ୍ଞ ମାନଙ୍କ ମତ ଅନୁଯାୟୀ , Y କ୍ରୋମୋଜମ୍ ଦୁର୍ବଳ ହେବାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ସମୟର ଜୀବନ ଶୈଳୀ । ମାନସିକ ସ୍ତରରେ ସୁସ୍ଥ ନ ରହିବା Y କ୍ରୋମୋଜମ୍ ଦୁର୍ବଳ ହେବାରେ ସହାୟକ ହୋଇଥାଏ । ଏପରିକି ନିଶା ସେବନ ଏବଂ ଫାଷ୍ଟଫୁଡ ଖାଇବା ମଧ୍ୟ Y କ୍ରୋମୋଜମ୍ ଦୁର୍ବଳ ହେବାର ମୁଖ୍ୟ କାରଣ ।