ପାଟି ‘ଘା’ (Mouth ulcers)କୁ ଦୁଇ ଦିନରେ ହିଁ ସମ୍ପୂର୍ଣ୍ଣ ଠିକ କରନ୍ତୁ…

ପାଟି ଭିତରେ, ଜିଭରେ କିମ୍ବା ଭିତର ଓଠରେ ‘ଘା’ ହେଲେ ତାହାକୁ ପାଟି ଧରିବା କିମ୍ବା ପାଟିରେ ଚ୍ଛାଲି(Mouth ulcers) କୁହାଯାଏ । ଏହାଦ୍ବାରା ଯେ କୌଣସି ଖାଦ୍ୟ ଖାଇବାରେ ଯନ୍ତ୍ରଣା ଅନୁଭୂତ ହୁଏ । ଏହା ଏକ ସାଧାରଣ ସମସ୍ୟା ଅଟେ । ଏହା କାହିଁକି ହୁଏ ? ଏହାର ସମାଧାନର ଘରୋଇ ଉପଚାର ଆସନ୍ତୁ ଜାଣିବା ।

ପାଟି ଧରା (Mouth ulcers) ହେବାର ସାଧାରଣ କାରଣ ଗୁଡିକ ହେଲା :

ଖାଇବା ସମୟରେ ଜିଭ କିମ୍ବା ଗାଲକୁ କାମୁଡ଼ି ଦେଲେ, ଖଣ୍ଡିଆ ହୋଇ ପାଟି ଘା ହୋଇଥାଏ ।

ଅମ୍ଳଯୁକ୍ତ ଖାଦ୍ୟ, ଖଟା, ମିଠା ଖାଦ୍ୟ ଖାଇବା ଯେପରିକି ଚକୋଲେଟ୍, ମସଲାଯୁକ୍ତ ଖାଦ୍ୟ, କଫି, କଦଳୀ, ବାଦାମ, ଷ୍ଟ୍ରବେରି, ପନିର, ଟମାଟୋ ଗହମ ଏବଂ ମଇଦା ଭଳି ଖାଦ୍ୟ ଖାଇବା ଦ୍ୱାରା ବେଳେ ବେଳେ ପାଟି ଧରା ହୋଇଯାଏ | ସୋଡିୟମ୍, ସଲଫେଟ ଅଧିକ ପରିମାଣରେ ଥିବା ଟୁଥପେଷ୍ଟ କୁ ବ୍ୟବହାର କରିବା ଦ୍ୱାରା ପାଟି ଭିତରେ ଘା ହୋଇ ଥାଏ ।

ଭିଟାମିନ୍ ବି 12 ର ଅଭାବ ପ୍ରାୟତଃ ରକ୍ତହୀନତା ସହିତ ଜଡିତ ହୋଇଥାଏ, ଏବଂ ପାଟି ଧରା ଲକ୍ଷଣ ମଧ୍ୟ ଦେଖାଦିଏ ।

ପାଟି ଧରିବା କିମ୍ବା ପାଟିରେ ଚ୍ଛାଲି (Mouth ulcers) ର ଘରୋଇ ଉପଚାର :

ଲୁଣ ପାଣି :

ଲୁଣ ପାଣିରେ ପାଟି ଧୋଇବା ଏକ ଘରୋଇ ଉପଚାର ଅଟେ ।

୨ କପ୍ ଉଷୁମ ପାଣିରେ 1 ଚାମଚ ଲୁଣ ମିଶାନ୍ତୁ | ଏହି ପାଣି କୁ ପାଟିରେ 15 ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ, ତାପରେ ଏହାକୁ ଥୁମ୍ପି ଦିଅନ୍ତୁ । ଆବଶ୍ୟକ ଅନୁଯାୟୀ ପ୍ରତି କିଛି ଘଣ୍ଟାରେ ପୁନରାବୃତ୍ତି କରନ୍ତୁ |

ମହୁ :

ମହୁରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ କ୍ଷମତା ଥାଏ । ତେଣୁ କୌଣସି ଘା ର ଯନ୍ତ୍ରଣା, ଆକାର ହ୍ରାସ କରିବାରେ ମହୁ ପ୍ରଭାବଶାଳୀ ଅଟେ । ଏହା ବ୍ୟତୀତ ସଂକ୍ରମଣ ରୋକିବାରେ ମଧ୍ୟ ସାହାଯ୍ୟ କରିପାରେ । ପ୍ରତିଦିନ ଚାରିଥର ଘା’ରେ ମହୁ ଲଗାନ୍ତୁ ।

ନଡିଆ ତେଲ :

ଅନୁସନ୍ଧାନରୁ ଜଣାପଡିଛି ଯେ ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବାୟଲ୍ ଦକ୍ଷତା ରହିଛି। ଏହା ଜୀବାଣୁ ଦ୍ବାରା ସୃଷ୍ଟି ହୋଇଥିବା ଘା’କୁ ଭଲ କରିପାରେ ଏବଂ ବିସ୍ତାରରୁ ରକ୍ଷା କରିଥାଏ | ନଡିଆ ତେଲ ମଧ୍ୟ ଏକ ପ୍ରାକୃତିକ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଏବଂ ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ | ଏହା ମଧ୍ୟ ବହୁତ ଭଲ ଘରୋଇ ଉପଚାର ଅଟେ ।

ଭିଟାମିନ୍ ବି -12 :

ଯଦି ଆପଣଙ୍କର ଖାଦ୍ୟରେ ଭିଟାମିନ୍ ବି -12 କମ୍ ଥାଏ ତେବେ ଆପଣଙ୍କ ପାଟି ଧରା (Mouth ulcers)ର ସମସ୍ୟା ହୋଇଥାଏ । ମାଛ, ମାଂସ, ଅଣ୍ଡା ଇତ୍ୟାଦି ରେ ପ୍ରଚୁର ପରିମାଣରେ ଭିଟାମିନ ବି 12 ଥାଏ ।

ଘିଅ :

ଘିଅ କୁ ଅଳ୍ପ ଗରମ କର, ସେହି ଉଷୁମ ଘିଅ କୁ ପାଟି ଘା ରେ ଲଗାଇଲେ, ଘା ବା ପାଟି ଧରା ଠିକ ହୋଇଯାଏ ।